ଅମାନିଆ ଶ୍ରୀମାନ ଶ୍ରୀମତୀ

ଚଣ୍ଡିଖୋଲ: ଅମାନିଆ ଶ୍ରୀମାନ ଶ୍ରୀମତି । ଲକ୍‌ଡାଉନ୍ କଟକଣା ଭାଙ୍ଗି ଚାଲିଥିଲା ଲୁଗାପଟା କିଣାକିଣି । ବାହାରୁ ସଟର ପଡ଼ିଥିବା ବେଳେ ଦୋକାନ ଭିତରେ ଚାଲିଥିଲା କିଣାବିକା । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଜାରକାରେ । ଏଠାରେ ଥିବା ଶ୍ରୀମାନ ଶ୍ରୀମତି ଲୁଗା ଦୋକାନର ବାହାର ପଟୁ ସଟ୍‌ର ବନ୍ଦ ଥିବା ବେଳେ ଭିତରେ ଲାଗିଥିଲା ଗରାଖଙ୍କ ଭିଡ଼ । ଆଗକୁ ରଜ ଆସୁଥିବା ବେଳେ ଗ୍ରାହକ ମାନେ ବସ୍ତ୍ର କିଣିବା ପାଇଁ ଦୋକାନ ଭିତରେ ଭିଡ଼ ଜମାଇଥିଲେ । ଖବର ପାଇ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସଟର ଟେକି ଗ୍ରାହକଙ୍କୁ ବାହାର କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦୋକାନକୁ ସିଲ କରିଥିଲା । ପୂର୍ବରୁ ମଧ୍ୟ ଜାରକା ବଜାରରେ ଲକଡାଉନ ନିୟମକୁ ଉଲଘଂନ କରି ଜଗନ୍ନାଥ କ୍ଳଥ ଷ୍ଟୋରକୁ ସିଲ କରିଥିଲା ପ୍ରଶାସନ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *