ଜମି ବିବାଦରୁ ୨ ପରିବାର ମଧ୍ୟରେ ସଂଘର୍ଷ, ଜଣଙ୍କ ମୃତ୍ୟୁ

କଳାହାଣ୍ଡି: ଜମି ବିବାଦରୁ ଜୀବନ ଯାଇଛି । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ଲାଞ୍ଜି ଗାଁରେ । ୨ ପରିବାର ମଧ୍ୟରେ ଚାଷ ଜମିକୁ ନେଇ ଉପୁଜିଥିବା ବିବାଦ ଶେଷରେ ପ୍ରାଣ ନେଇଛି । ଚାଷ ଜମିକୁ ନେଇ ପ୍ରଥମେ ଦୁଇ ପରିବାର ମଧ୍ୟରେ କଥା କଟାକଟି ହୋଇଥିଲା । ବିବାଦ ନ ତୁଟିବାରୁ ଦୁଇ ପରିବାର ମୁହାଁମୁହିଁ ହୋଇଥିଲେ । ଝଗଡ଼ା ବେଳେ ଖୁଡ଼ିକୁ ଠେଙ୍ଗାରେ ଆକ୍ରମଣ କରିଥିଲା ପୁତୁରା । ଆଉ ଏଥିରେ ଖୁଡ଼ିର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ୫୫ ବର୍ଷିଅ ଲିପ୍ସା ସାହୁ । ଲିପ୍ସାଙ୍କୁ ଗୁରୁତର ଅବସ୍ଥାରେ ଭବାନିପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଦୁଇ ପରିବାରର ଆଉ ୭ ଜଣ ଆହତ ହୋଇଛନ୍ତି । ପୋଲିସ ଶବ ଜବତ କରି ତଦନ୍ତ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *