ପାରଳାଖେମୁଣ୍ଡିରେ ୨ଟି ସିନେମା ହଲ୍ ସିଲ୍ କଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି : ଦର୍ଶକ ମାନିଲେନି ସାମାଜିକ ଦୂରତା । ପୁଣି ଦୁଇ ସିନେମା ହଲ୍ ସିଲ୍ । ଗଜପତି ପାରଳାଖେମୁଣ୍ଡିର ୨ଟି ସିନେମା ହଲ୍ ସିଲ୍ କଲା ଜିଲ୍ଲା ପ୍ରଶାସନ । କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଜୟ ମା’ ଓ ଲକ୍ଷ୍ମୀ ସିନେମା ହଲ୍ ସିଲ୍ କରାଯାଇଛି । ସଂକ୍ରମଣ ବଢ଼ୁଥିବା ବେଳେ ପ୍ରଶାସନ ଏପରି କଡ଼ା ନିଷ୍ପତ୍ତି ନେଇଛି । ଗତକାଲି ଏକ ତେଲୁଗୁ ଫିଲ୍ମ ଦେଖିବାକୁ ସିନେମା ହଲରେ ପ୍ରବଡ଼ ଭିଡ଼ ଜମିଥିଲା । ଟିକେଟ କାଉଣ୍ଟରରେ ଭିଡ଼ ଜମିବାରୁ ପୋଲିସ ଲାଠି ମାଡ଼ ମଧ୍ୟ କରିଥିଲା । ସୂଚନାଯୋଗ୍ୟ, ଗତକାଲି କରୋନା କଟକଣା ଉଲ୍ଲଂଘନ ଅଭିଯୋଗରେ ରାୟଗଡ଼ାର ଏକ ସିନେମା ହଲ୍ ସିଲ୍ ହୋଇଥିଲା ।

ସେହିପରି ଉଦୟପ୍ଲାଜା ସିନେମା ହଲ୍‌କୁ କେବଳ ଚେତାବନୀ ଦେଇ ଛାଡ଼ି ଦେଇଥିଲା ପ୍ରଶାସନ । ସୂଚନା ଅନୁସାରେ ଗତକାଲି ୱକିଲ ସାବ୍ ନାମକ ଏକ ତେଲୁଗୁ ସିନେମା ରିଜିଲ୍ ହୋଇଥିଲା । ଯେଉଁଥିପାଇଁ ଗଜପତି ସମେତ ପଡୋଶୀ ଆନ୍ଧ୍ରରୁ ଶହ ଶହ ଲୋକ ସିନେମା ହଲରେ ଗହଳି ଲଗାଇଥିଲେ । କୋଭିଡ ନିମୟ ମାନୁନଥିବା ବେଳେ କେହି ମାସ୍କ ପିନ୍ଧିନଥିଲେ । ସରକାରଙ୍କ ଚେତାବନୀ ସତ୍ତ୍ୱେ ୫୦ ଭାଗ ନୁହେଁ ସିନେମା ହଲ ହାଉସଫୁଲ ହୋଯାଇଥିଲା । କେବଳ ଏତିକି ନୁହେଁ ବାହାରେ ମଧ୍ୟ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା । ଗତକାଲି ଏଥିପାଇଁ ଲାଠି ମାଡ଼ ହୋଇଥିଲା । ଏହାର ପରିଣାମ ସ୍ୱରୂପ ଆଜି ଦୁଇଟି ସିନେମା ହଲକୁ ସିଲ୍ କରିଛି ପ୍ରଶାସନ ଓ ପୋଲିସ୍ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *