ଏହି ଦେଶରେ ସିଗାରେଟ ଉପରେ ଲାଗିଲା ଲାଇଫଟାଇମ ବ୍ୟାନ୍‌

ନ୍ୟୁଜିଲ୍ୟାଣ୍ଡ : ସିଗାରେଟ୍ ବା ଧୂମପାନ ଏବେ ଯୁବ ପିଢ଼ିଙ୍କ ପାଇଁ ବିପଦଜନକ ହୋଇପଡ଼ିଛି । ଏହାଦ୍ୱାରା ଅତି ଅଳ୍ପ ବୟସରେ ଯୁବକମାନେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ବିଶ୍ୱରେ ଅଧିକାଂଶ ରୋଗ ଏବେ ଧୂମାପାନ କାରଣରୁ ହେଉଛି । ଯେତେ ସଚେତନ କରାଗଲା ପରେ ବି ଲୋକେ ଧୂମପାନରୁ ବିରତ ହେଉନାହାଁନ୍ତି । ଧୂମପାନକୁ ସମୂଳେ ବନ୍ଦ କିରିବାକୁ ନ୍ୟୁଜିଲ୍ୟାଣ୍ଡ ସରକାର ଏକ କଠୋର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଦେଶରେ ସିଗାରେଟ ଉପରେ ଲାଇଫଟାଇମ ବ୍ୟାନ ବା ସର୍ବକାଳୀନ ନିଷେଧାଦେଶ ଜାରି ହୋଇଛି । ଫଳରେ ଏଣିକି ଆଉ କେହି ନ୍ୟୁଜିଲ୍ୟାଣ୍ଡରେ ସିଗାରେଟ ପିଇ ପାରିବେ ନାହିଁ । ପ୍ରାୟ ୫୦ ଲକ୍ଷ ଲୋକସଂଖ୍ୟା ଏହି ଦେଶରେ ଆଗାମୀ ବର୍ଷରେ କେହି ବି ଯୁବକ ସିଗାରେଟ ବା ତମ୍ବାଖୁ ଉତ୍ପାଦ ଆଉ କିଣି ପାରିବେ ନାହିଁ । ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡରେ ୧୫ ବର୍ଷ ବୟସ ପର୍ଯ୍ୟନ୍ତ ୧୧.୬ ପ୍ରତିଶତ ଯୁବକ ସିଗାରେଟ ପିଉଛନ୍ତି । ଯୁବ ପିଢ଼ିଙ୍କୁ ଏଥିରୁ ନିବୃତ୍ତ କରିବା ପାଇଁ ଏହି କଠୋର ଆଇନ ଆସନ୍ତା ବର୍ଷରୁ ଲାଗୁ ହେବାକୁ ଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ଆୟଶା ବେରାଲ କହିଛନ୍ତି ଯେ ଏହାଦ୍ୱାରା ଦେଶରେ ଆଉ କେହି ଯୁବକ ଧୂମପାନ କିରବେ ନାହିଁ । ଏହି ପ୍ରସ୍ତାବ ଗୁରୁବାର ଅଣାଯାଇଛି । ଏଥିସହ ଏହାର ଉତ୍ପାଦନକୁ ମଧ୍ୟ ହ୍ରାସ କରାଯିବ ବୋଲି ସରକାର କହିଛନ୍ତି । ଏହାଦ୍ୱାରା ୨୦୨୭ ସୁଦ୍ଧା ଦେଶରେ ସିଗାରେଟ ନ ପିଉଥିବା ପିଢ଼ି ଦେଖିବାକୁ ମିଳିବେ ବୋଲି ସରକାର କହିଛନ୍ତି । ଏହାଛଡ଼ା ଯୁବକଙ୍କୁ ତମ୍ବାକୁ ଜିନିଷ ଯୋଗାଇଲେ ମଧ୍ୟ ଅପରାଧ ଭାବେ ବିବେଚନା କରାଯିବ । ଦେଶରେ ଯୁବପିଢ଼ିଙ୍କୁ ଠିକ ମାର୍ଗରେ ପରିଚାଳିତ କରିବା ପାଇଁ ସରକାର ଏହି ନିୟମ ଲାଗୁ କିରଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *