ଚୀନ୍‌ର ଦାଦାଗିରିକୁ ମିଳିବ କଡ଼ା ଜବାବ

ବେଜିଂ: ଚୀନ୍‌ର ଦାଦାଗିରିକୁ ମିଳିବ କଡ଼ା ଜବାବ । ଏଲ୍‌ଏସିରେ ମୁତୟନ ହେଲା ବୋଫୋର୍ସ ଗନ୍ । ଚୀନ୍‌ର ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଭାରତ ଏଲ୍‌ଏସିରେ ବୋଫୋର୍ସ ଗନ୍ ମୁତୟନ କରିଛି । ଏହି ଗନ୍ ଅରୁଣାଚଳ ପ୍ରଦେଶରେ ଚୀନ୍ ସଂଲଗ୍ନ ସୀମାରେ ମୁତୟନ କରାଯାଇଛି । ଭାରତୀୟ ସେନା ଅରୁଣାଚଳ ପ୍ରଦେଶରେ ଚୀନ୍ ସୀମାରେ କଡ଼ା ନଜର ରଖିଛି । ଚୀନ୍‌ର କିଛି ବି ଚାଲ୍‌ବାଜିର ମୁହଁତୋଡ଼ ଜବାବ ଦେବା ଲାଗି ଭାରତୀୟ ସେନା ପୁରା ପ୍ରସ୍ତୁତ ହୋଇ ରହିଛି । ଏହି ଦୃଷ୍ଟିରୁ ଏଲ୍‌ଏସିରେ ଏହି ବୋଫୋର୍ସ ଗନ୍ ଗୁଡ଼ିକୁ ମୁତୟନ କରାଯାଇଛି । ବୋଫୋର୍ସ ଗନ୍ କାର୍ଗିଲ ଯୁଦ୍ଧରେ ଭାରତୀୟ ଯବାନଙ୍କ ପାଇଁ ବରଦାନ ପାଲଟିଥିଲା । ଏହି ଗନ୍ ଦ୍ୱାରା କାର୍ଗିଲ ଯୁଦ୍ଧରେ ପାକିସ୍ତାନକୁ ଭାରତ ଧୂଳି ଚଟାଇଥିଲା । ବୋଫୋର୍ସ ଗନ୍ ଏପରି ଏକ ଗନ୍ ଯାହା କମ୍ ତାପମାତ୍ରାରେ ମଧ୍ୟ ଭଲ କାର୍ଯ୍ୟକ୍ଷମ ହୋଇଥାଏ । ୨୭ କିଲୋମିଟର ଦୂର ପର୍ଯ୍ୟନ୍ତ ଏହା ଶତ୍ରୁ ପକ୍ଷକୁ ଟାର୍ଗେଟ୍ କରିବାର କ୍ଷମତା ରଖିଛି । ଦୁନିଆର ବିପଦପୂର୍ଣ୍ଣ ଗନ୍ ଭିତରେ ଏହା ଅନ୍ୟତମ । ଏହାର ଓଜନ ଅନ୍ୟ ଗନ୍ ତୁଳନାରେ ହାଲୁକା ହୋଇଥିବାରୁ ଯୁଦ୍ଧ ଭୂମିରେ ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟତ୍ର ନେବା ସହଜ ହୋଇଥାଏ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *