ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରୁ ନାବାଳିକା ଉଦ୍ଧାର, ପାଠ ପଢ଼ିବା ବଦଳରେ ଘର କାମ କରୁଥିଲେ

ଭୁବନେଶ୍ୱର : ଶିଶୁ ହେଉଛନ୍ତି ଦେଶର ଭବିଷ୍ୟତ । ସେମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ହୋଇଛି । ହେଲେ ଏହାକୁ କେତେକ ବ୍ୟକ୍ତିବିଶେଷ ଖାତିର କରୁନାହାନ୍ତି । ବଡ଼ବଡ଼ ହୋଟେଲ ଠାରୁ ଆରମ୍ଭ କରି ବ୍ୟବସାୟୀକ ସଂସ୍ଥାରେ ଶିଶୁଶ୍ରମିକ ଦେଖିବାକୁ ମିଳୁଛି । ହେଲେ ରାଜଧାନୀରେ ଏମିତି ଏକ ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଜଣେ ଉଚ୍ଚଶିକ୍ଷିତ ତଥା ପୂର୍ବତନ ଜିଲ୍ଲାପାଳଙ୍କ ଘରୁ ଏକ ୧୨ବର୍ଷର ନାବାଳିକା ଉଦ୍ଧାର ହୋଇଛି । ସମ୍ପୃକ୍ତ ନାବାଳିକାଙ୍କୁ ଏହି ବ୍ୟକ୍ତିବିଶେଷ ଜଣକ ତାଙ୍କ ଘରେ ରଖି ସବୁ କାମ କରାଉଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ଜାଣିବା ପରେ ଚାଇଲ୍ଡଲାଇନ୍ ନୟାପଲ୍ଲୀ ଥ।।ନା ପୁଲିସ ସହାୟତାରେ ସମ୍ପୃକ୍ତ ନାବାଳିକାଙ୍କୁ ସୋମବାର ଉଦ୍ଧାର କରିଛି । ଏହାପରେ ନାବାଳିକାଙ୍କୁ ଅତିରିକ୍ତ ସିଡ଼ବ୍ଲୁସିଙ୍କ ପାଖରେ ଉପସ୍ଥିତ କରାଯାଇଥିଲା । ସେଠାରୁ ତାଙ୍କୁ ଏକ ଆଶ୍ରୟସ୍ଥଳୀକୁ ପଠାଯାଇଛି । ଏନେଇ ଚାଇଲ୍ଡ ଲାଇନ ପକ୍ଷରୁ ନୟାପଲ୍ଲୀ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଚାଇଲ୍ଡ ଟ୍ରାଫିକିଂ ନେଇ ଅଭିଯୋଗ କରାଯାଇଥିବା ଚାଇଲ୍ଡଲାଇନ ନିର୍ଦ୍ଦେଶକ ବେଣୁଧର ସେନାପତି ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ଘଟଣା ସମ୍ପର୍କରେ ଡ଼ିସିପି ଡ. ଉମାଶଙ୍କର ଦାଶଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ବାବଦରେ ଆମେ ଅବଗତ ଅଛୁ ।

ଘଟଣା ସମ୍ପର୍କରେ ଆମେ ସିଡ଼ବ୍ଲୁସିକୁ ରିପୋର୍ଟ ମାଗିଛୁ । ସିଡ଼ବ୍ଲୁସିରୁ ରିପୋର୍ଟ ଆସିବା ମାତ୍ରେ ରିପୋର୍ଟ ଅନୁସାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ସୂଚନା ଅନୁଯାୟୀ, ଉଦ୍ଧାର ହୋଇଥିବା ନାବାଳିକାଙ୍କ ଘର ବ୍ରହ୍ମପୁର ଜିଲାରେ । ତାଙ୍କ ବାପା ଜଣେ ରିକ୍ସାଚାଳକ ହୋଇଥିବାବେଳେ ମା ଅନ୍ୟ ଘରେ କାମ କରନ୍ତି । ଏହାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କ ବାପାଙ୍କୁ ସାମାନ୍ୟ ଅର୍ଥ ଲୋଭ ଦେଖାଇ ୨୦୨୦ନଭେମ୍ବରରେ ନାବାଳିକାଙ୍କୁ ନେଇଆସିଥିଲେ । ଅଭିଯୁକ୍ତମାନେ ଉକ୍ତ ନାବାଳିକାଙ୍କୁ ନୟାପଲ୍ଲୀ ସ୍ଥିତ ନିଜ ବାସଭବନରେ ରଖି ଘରର ସମସ୍ତ କାର୍ଯ୍ୟ କରାଉଥିଲେ । ଏହା ବଦଳରେ ସେମାନେ ନାବାଳିକାଙ୍କ ବାପାଙ୍କୁ ଅଳ୍ପ କିଛି ଟଙ୍କା ଦେଉଥିଲେ ।

ତେବେ ଅଭିଯୁକ୍ତମାନେ ନାବାଳିକାଙ୍କୁ ଆଣିବା ସମୟରେ ସେ ପନ୍‌ଚୃମ ଶ୍ରେଣୀରେ ପଢୁଥିଲେ । ସମ୍ପୃକ୍ତ ପୂର୍ବତନ ଜିଲ୍ଲାପାଳଙ୍କ ପରିବାରର ସମସ୍ତେ ଅଧିକ ପାଠ ପଢି ଉଚ୍ଚପଦବୀରେ ଚାକିରୀ କରିଛନ୍ତି । ହେଲେ ଜଣେ ପନ୍‌ଚମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ଆଣି ନିଜ ଘରର ସମସ୍ତ କାମ କରାଉଥିଲେ । ଯାହା ସମାଜ ପାଇଁ ଏକ ଭୁଲ୍ ବାର୍ତା ପହନ୍‌ଚାଉଛି । ଅବସରପ୍ରାପ୍ତ ଜିଲାପାଳଙ୍କ ପୁଅ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ହାଇଦ୍ରାବାଦରେ ପ୍ରଫେସର ଅଛନ୍ତି, ତାଙ୍କ ବୋହୂ ନୟାପଲ୍ଲୀ ଆଇଆରସି ଅନ୍‌ଚଳରେ ଏକ ଇଂରାଜୀ ମିଡ଼ିଅମ୍ ସ୍କୁଲ୍ କରିଛନ୍ତି । ଏପରି ସ୍ଥଳେ ବ୍ରହ୍ମପୁର ଅନ୍‌ଚଳର ଜଣେ ଗରିବ ଟ୍ରଲିଚାଳକ ଝିଅଙ୍କୁ ଆଣି ନିଜ ଘରେ ଚାକରାଣୀ କରି ରଖିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *