ଯାଆଁଳା ଛୁଆଙ୍କ ଡିଏନ୍‌ଏ ଟେଷ୍ଟ ଖୋଲିଦେଲା ମା’ର ଚୋରାପୀରତି ଗୁମର, ତା’ ପରେ କ’ଣ ହେଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ନୂଆଦିଲ୍ଲୀ : ଯାଆଁଳା ଛୁଆ ଜନ୍ମ କରିବା ପରେ ବଢ଼ିଲା ମହିଳାଙ୍କ ଚିନ୍ତା । କାରଣ ଉଭୟ ପିଲାଙ୍କ ବାପା ଥିଲେ ଭିନ୍ନ । ଏଭଳି ଏକ ଅଦ୍‌ଦ୍ଭୁତ ମାମଲା ସାମ୍ନାକୁ ଆସିଛି ଚୀନ୍‌ରୁ । ଏଠାରେ ମହିଳା ଜଣକ ଯାଆଁଳା ଶିଶୁ ଜନ୍ମ କରିବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଥିଲା । କିନ୍ତୁ ମହିଳାଙ୍କ ସ୍ୱାମୀ ପିଲାଙ୍କ ଡିଏନ୍‌ଏ ଟେଷ୍ଟ କରିବାରୁ ସମସ୍ତଙ୍କ ହୋସ୍ ଉଡ଼ିଯାଇଥିଲା । ଡେଲିଭରି ପରେ ପିଲାଙ୍କ ଡିଏନ୍‌ଏ ଟେଷ୍ଟ ରିପୋର୍ଟ ଦେଖିବା ପରେ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଟେଷ୍ଟ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ପିତା ଗୋଟିଏ ନୁହେଁ ବରଂ ଦୁଇ ଦୁଇଟି ପିତା ଅଛନ୍ତି । ମହିଳାଙ୍କର ଏହି ଧୋକା ବିଷୟରେ ଜାଣିବା ପରେ କ୍ଷଣକ ମଧ୍ୟରେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା । ସୂଚନା ଅନୁଯାୟୀ, ଚୀନ୍‌ରେ ଜନ୍ମ ନିୟନ୍ତ୍ରଣ ନିୟମ ଅନୁସାରେ, ପ୍ରତ୍ୟେକ ନବଜାତ ଶିଶୁଙ୍କ ଡିଏନ୍‌ଏ ଟେଷ୍ଟ କରିବା ବାଧ୍ୟତାମୂଳକ ହୋଇଛି । ଏହି ନିୟମ ମୁତାବକ, ମହିଳାଙ୍କର ଉଭୟ ସନ୍ତାନଙ୍କର ମଧ୍ୟ ଡିଏନ୍‌ଏ ଟେଷ୍ଟ ହୋଇଥିଲା । କିନ୍ତୁ ଉଭୟଙ୍କ ରିପୋର୍ଟରେ ବାପା ଭିନ୍ନ ବୋଲି ଜଣାପଡ଼ିଥିଲା । ବାପା ହେବା ପରେ ଖୁସି ହେଉଥିବା ମହିଳାଙ୍କ ସ୍ୱାମୀ ଏନେଇ ଜାଣିବା ପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ସେ କହିଛନ୍ତି, ତାଙ୍କ ସ୍ତ୍ରୀର ଆଉ କାହା ସହ ସମ୍ପର୍କ ଅଛି ବୋଲି ସେ ଭାବି ବି ପାରୁନାହାନ୍ତି । ତେବେ ଡେଲିଭରି କରିଥିବା ଡାକ୍ତର କହିଛନ୍ତି ଯେ କୋଟିଏରେ ଏଭଳି ଗୋଟିଏ ମାମଲା ଦେଖିବାକୁ ମିଳେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *