ପୂରା ରାତି ବାପା-ମା’ ମୋବାଇଲରେ ଗେମ୍ ଖେଳୁଥିଲେ, ଆଉ ଶେଷରେ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ୧୯ ମାସର ଶିଶୁର ବାପା ମାଆ ଟିଭି ଦେଖିବାରେ ଓ ମୋବାଇଲରେ ଗେମ୍ ଖେଳିବାରେ ଏତେ ବ୍ୟସ୍ତ ଥିଲେ ଯେ, ଝିଅର ମୃତ୍ୟୁ ହୋଇଗଲା ଜାଣିପାରିଲେନି । ନୀରିହ ଶିଶୁଟି ଖଟ ତଳକୁ ଖସି ପଡ଼ିବାରୁ ମୁଣ୍ଡରେ ଖୁବ୍ ଜୋରରେ ଆଘାତ ଲାଗିଥିଲା । ଯାହାଫଳରେ ତାର ଜୀବନ ଚାଲି ଯାଇଥିଲା । ତେବେ ବାପା ମାଆଙ୍କୁ ଏ ସମ୍ପର୍କରେ ସେତେବେଳେ ଜଣାପଡ଼ିଥିଲା ଯେତେବେଳେ ସେମାନେ ବାହାରକୁ ଯିବାକୁ ବାହାରିଥିଲେ । ଏହି ସମୟରେ ସେ ଶିଶୁକୁ ମୃତ ପାଇଥିଲେ । ତେବେ ଏହି ମାମଲାରେ ଶିଶୁଟିର ବାପାଙ୍କୁ ଦୋଷୀ କରାଯାଇଥିବା ବେଳେ ମାଆଙ୍କୁ ଅଭିଯୋଗରୁ ମୁକ୍ତ କରାଯାଇଛି । ବାସ୍ତବରେ ଏହି ଘଟଣା ସ୍କଟଲାଣ୍ଡରେ ୪ ବର୍ଷ ତଳେ ଘଟିଥିଲା । ଯେତେବେଳେ ୧୯ ମାସର ଛୋଟ ଝିଅ ଖଟରୁ ପଡ଼ି ମୃତ୍ୟୁବରଣ କରିଥିଲା ଓ ଏହି ସମୟରେ ତାର ବାପା ମାଆ ମୋବାଇଲ୍ ଫୋନ୍ ରେ ଗେମ୍ ଖେଳିବାରେ ବ୍ୟସ୍ତ ଥିଲେ । ସେମାନେ ମୋବଇଲ୍ ଗେମ୍ ରେ ଏତେ ବ୍ୟସ୍ତ ଥିଲେ ଯେ, ଛୋଟ ଶିଶୁ ପଡ଼ିଯିବା କଥା ଆଦୌ ଜାଣିପାରିନଥିଲେ । ମୃତ ଝିଅର ନାମ ହେଉଛି କୀରା କାନରୟ । ମୃତ ଶିଶୁର ବାପା ମାଆ ରାତି ସାରା ଗେମ୍ ଖେଳି ଖେଳି ସକାଳ ୬.୩୦ ମିନିଟ୍‌ରେ ଶୋଇପଡ଼ିଥିଲେ । ଆଉ ଦ୍ୱିପହର ୩ ଟା ସମୟରେ ଉଠିବା ବେଳକୁ ଝିଅକୁ ମୃତ ଭାବରେ ରୁମ୍‌ରୁ ପାଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *