କରୋନା ମୁକାବିଲା ନେଇ ରାଜ୍ୟ ସରକାର ଗଠନ କଲେ ଉପଦେଷ୍ଟା କମିଟି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ବିଶେଷ କରି ଲକଡାଉନ୍ କାରଣରୁ ପଶ୍ଚିମ ଓଡ଼ିଶାରେ ସଂକ୍ରମଣ କମିବାରେ ଲାଗିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର । ସେ କହିଛନ୍ତି ରାଜ୍ୟର ୧୦ ଜିଲ୍ଲାରେ ସଂକ୍ରମଣ ସ୍ଥିର ଅଛି ବା କମିବାରେ ଲାଗିଛି । ୧୦ ଦିନ ହେଲା ଲକଡାଉନରେ ରହିଛି ରାଜ୍ୟ । ତେଣୁ ୧୦ଟି ଜିଲ୍ଲାରେ ସଂକ୍ରମଣ କମିଥିବା ଦେଖାଯାଇଛି । ଅନ୍ୟପଟେ କରୋନା ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର । କମିଟି ଗଠନ ସଂପର୍କରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡାକ୍ତର ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏହି କମିଟି କାର୍ଯ୍ୟ କରିବ । କମିଟିରେ ବହୁ ବରିଷ୍ଠ ଡାକ୍ତର, ବୈଜ୍ଞାନିକ ସଦସ୍ୟ ରହିଥିବା କହିଛନ୍ତି ମୁଖ୍ୟ ସଚିବ ।

ଡାକ୍ତର ଦେବୀ ସେଟ୍ଟୀ, ରମାକାନ୍ତ ପଣ୍ଡା କମିଟିରେ ସାମିଲ ଅଛନ୍ତି । କମିଟି ରାଜ୍ୟରେ କରୋନା ପରିଚାଳନା ନେଇ ପରାମର୍ଶ ଦେବେ । ଖାଲି ସେତିକି ନୁହେଁ ଏହି କମିଟି ଟିକାକରଣ ଓ ପରବର୍ତ୍ତୀ ଲହର ସମ୍ଭାବନା ବିଷୟରେ ମଧ୍ୟ ପରାମର୍ଶ ଦେବ । କମିଟିର ପରାମର୍ଶ ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ନେବେ । କମିଟି ଯେଉଁ ପରାମର୍ଶ ଦେବେ, ତାହା ଶୀଘ୍ର କାର୍ଯ୍ୟକାରୀ କରାଯିବ । ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ସଂପର୍କରେ ମଧ୍ୟ ସୂଚନା ଦେଇଛନ୍ତି ମୁଖ୍ୟ ସଚିବ । ୩.୮ କୋଟି ଟିକା କିଣିବାକୁ ଟେଣ୍ଡର ଡକାଯାଇଛି । ୪ ମାସ ମଧ୍ୟରେ ସମସ୍ତ ସପ୍ଲାଇ ଦେବାକୁ କୁହାଯାଇଛି ।

ସଫଳ ବିଡିଂ ହେଲେ ମେ’ ୨୮ ପରେ ଆମେ ଟିକା କିଣିପାରିବା ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ବରିଷ୍ଠ ନାଗରିକଙ୍କ ଟିକାକରଣ ପାଇଁ ନୁତନ ବ୍ୟବସ୍ଥା କରାଯାଇଛି । ୧୯୨୯ ନମ୍ବରକୁ କଲ୍ କଲେ ବିଏମସି ତରଫରୁ ଉକ୍ତ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ସେମାନଙ୍କୁ ଟିକାକରଣ କେନ୍ଦ୍ରକୁ ଆଣିବା ପାଇଁ ବ୍ୟବସ୍ଥା କରାଯିବ । ଖାଲି ସେତିକି ନୁହେଁ ଟିକା ନେବା ପରେ ପୁଣି ଥରେ ତାଙ୍କୁ ନେଇ ଘରେ ଛାଡି ଦିଆଯିବ । ଏଥିସହିତ ସେମାନଙ୍କ ପାଖକୁ ଯାଇ ସାମ୍ପଲ ମଧ୍ୟ ସଂଗ୍ରହ କରାଯିବ । ଏହି ନୂଆ ବ୍ୟବସ୍ଥା ସମ୍ପର୍କରେ ସୁଚନା ଦେଇଛନ୍ତି କମିଶନର ସଞ୍ଜୟ ସିଂ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *