ଏଲଏସିରେ ଚୀନ ମୁତୟନ କଲା ରୋବୋର୍ଟ ସାମରିକ ଯାନ

ନୂଆଦିଲ୍ଲୀ : ଗଲୱାନ ସଂଘର୍ଷକୁ ଇତି ମଧ୍ୟରେ ଦେଢ ବର୍ଷ ବିତିଯାଇଥିଲେ ବି ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସିରେ ହଜାର ହଜାର ଭାରତ ଓ ଚୀନ ସୈନ୍ୟ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି । ଏହା ସହିତ ଦୁଇପକ୍ଷ ମଧ୍ୟରେ ଉତ୍ତେଜନା ବି ଜାରି ରହିଛି । ଲଦାଖର ପ୍ରବଳ ଥଣ୍ଡାରେ ଦୁଇପକ୍ଷରୁ ହଜାର ହଜାର ସୈନ୍ୟ ଓ ଯୁଦ୍ଧ ସରଞ୍ଜାମ ମୁତୟନ ହୋଇଛି । କିନ୍ତୁ ଏତେ ଥଣ୍ଡାରେ ଦୀର୍ଘ ଦିନ ଧରି ରହିବାର ଅଭିଜ୍ଞତା ଭାରତୀୟ ସେନା ପାଖରେ ଥିଲେ ମଧ୍ୟ ଏହା ଚୀନ ସୈନ୍ୟଙ୍କ ପାଇଁ ବେଶ କଷ୍ଟକର ହୋଇପଡ଼ିଛି । ଫଳରେ ଚୀନର ସୈନ୍ୟମାନେ ନିୟମିତଭାବେ ଅସୁସ୍ଥ ହୋଇପଡ଼ୁଛନ୍ତି ବା ମୃତ୍ୟୁମୁଖରେ ପଡ଼ୁଛନ୍ତି । ଚୀନ ପକ୍ଷରୁ ଏହି ସମସ୍ୟାର ଏକ ସମାଧାନ ବାହାର କରାଯାଇଛି । ପିଏଲଏ ପକ୍ଷରୁ ତିବ୍ୱତର ଦୂର୍ଗମ ଅଞ୍ଚଳ ଓ ଏଲଏସି ନିକଟରେ ବହୁ ସଂଖ୍ୟାରେ ରୋବୋର୍ଟ ଯାନ ବା ମାନବବିହୀନ ଯାନ ମୁତୟନ କରାଯାଇଛି । ଏଗୁଡ଼ିକ ସୀମାର ପ୍ରହରା ଦେବା ସହ ଆବଶ୍ୟକ ପଡ଼ିଲେ ଗୁଳି ଚଳାଇପାରିବେ । ଏହାର ନାଁ ହେଉଛି ସାର୍ପ କ୍ଲ ଅନମ୍ୟାନଡ ଗ୍ରାଉଣ୍ଡ ଭେହିକ୍ଲ । ଏପରି ୮୮ଟି ମାନବବିହୀନ ଯାନ ମୁତୟନ କରାଯାଇଛି । ଏହା ମଧ୍ୟରୁ ୩୮ଟି ଏଲଏସି ନିକଟବର୍ତ୍ତୀ ଅଞ୍ଚଳରେ ମୁତୟନ କରାଯାଇଛି । ଚୀନର ସାମରିକ ସାମଗ୍ରୀ ଉତ୍ପାଦନକାରୀ ନୋରିନକୋ ଦ୍ୱାରା ଏହାକୁ ନିର୍ମାଣ କରାଯାଇଛି । ଏସବୁ ଯାନ ମୁତୟନ ହେବା ପରେ ଭାରତୀୟ ସେନାର ଚିନ୍ତା ବଢିଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *