କାହିଁକି ରହୁଛି ଅଧିକ ସଂକ୍ରମଣ ? ଓଡ଼ିଶା ସମେତ ୬ ରାଜ୍ୟ ଗସ୍ତରେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ଦେଶରେ କୋଭିଡ୍ ଦ୍ୱିତୀୟ ପ୍ରବାହର ସଂକ୍ରମଣ କମିବାରେ ଲାଗିଛି । ତଥାପି ୬ ରାଜ୍ୟରେ ଦୈନିକ ଅଧିକ ମାମଲା ଆସୁଛି । ଏହି ୬ ରାଜ୍ୟରେ ସଂକ୍ରମଣ ରୋକିବା ଏବଂ ନିୟନ୍ତ୍ରଣର ଉପାୟ ଲାଗି କେନ୍ଦ୍ରୀୟ ଟିମ୍ ଆସୁଛନ୍ତି । ଓଡ଼ିଶା ସମେତ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହେଉଥିବା କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ସହ ମଣିପୁରକୁ କେନ୍ଦ୍ରୀୟ ଟିମ୍ ପଠା ଯାଇଛି । ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ୩ ହଜାର ଉପରେ ରହୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୨୨୨ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୮୩୮ଟି ପଜିଟିଭ୍ ମାମଲା ଆସିଥିବା ବେଳେ ୧୩୮୪ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । କଟକ ଜିଲ୍ଲାରୁ ସର୍ବାଧିକ ୬୧୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୨୨ ଜଣଙ୍କ ନମୁନା ପଜିଟିଭ୍ ଆସିଛି । ଡକ୍ଟର ରୁଚି ଜୈନ୍, ଡକ୍ଟର ଏ. ଡନଙ୍କ ଟିମ୍ ଓଡ଼ିଶା ଆସୁଛି । ପ୍ରତି ରାଜ୍ୟକୁ ଉଚ୍ଚସ୍ତରୀୟ ୨ ଜଣିଆ ଟିମ୍ ଯାଉଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ବିଶେଷକରି ଟେଷ୍ଟିଂ, ସର୍ଭେଲାନ୍ସକୁଗୁରୁତ୍ୱ ଦିଆଯାଉଛି । ଲୋକେ କୋଭିଡ୍ କଟକଣା ମାନିବା, ହସ୍ପିଟାଲରେ ବେଡ୍, ଭେଣ୍ଟିଲେଟର ଆଦିର ସୁବିଧା କେନ୍ଦ୍ରୀୟ ଟିମ୍ ମନିଟର କରିବ ବୋଲି ଜଣାପଡ଼ିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *