ଖାଉଟିଙ୍କୁ ମିଳିବ ଆଶ୍ୱସ୍ତି, କମିଲା ଖାଇବା ତେଲ ଦାମ୍

ନୂଆଦିଲ୍ଲୀ : ଖାଉଟିଙ୍କୁ ମିଳିବ ଆସ୍ୱସ୍ତି । ଶସ୍ତା ହେବ ଖାଇବା ତେଲ । ତେଲ ଦାମର ରାହାଜାନି ଭିତରେ ସାଧାରଣ ଗରିବୀ, ଖଟିଖିଆ ଖାଉଟି ଲୋକ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି । ବଜାରକୁ ଗଲେ ତେଲ ନକିଣି ଫେରୁଥିଲେ ଖାଉଟି । ପ୍ରଥମେ ପେଟ୍ରୋଲ, ଡ଼ିଜେଲରୁ ସେସ କମାଇବା ପରେ ଏବେ ଖାଇବା ତେଲ ଦାମ କମ କରିଛନ୍ତି କେନ୍ଦ୍ର ସରକାର । ତେବେ ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲରୁ କେନ୍ଦ୍ର ସରକାର ସେସ୍ ୫ ପ୍ରତିଶତକୁ ହ୍ରାସ କରିଛନ୍ତି । ଯାହା ଫଳରେ ବିଭିନ୍ନ ତେଲଦର ଲିଟର ପିଛା ଦାମ ୪ରୁ ୭ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି କୁହାଯାଇଛି ।

ଏହାପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ମଧ୍ୟ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଦେଶର ବିଭିନ୍ନ ସ୍ଥାନରେ ତେଲଦର ଆକାଶ ଛୁଆଁ ହେଉଥିବାବେଳେ, କେନ୍ଦ୍ର ସରକାର ଦୀପାବଳି ଭେଟି ଦେଇଥିଲେ । ଖାଇବା ତେଲରୁ ସେସ୍‌ କମାଇଛି କେନ୍ଦ୍ର । ଯଦ୍ୱାରା ସନଫ୍ଲାଓ୍ବାର, ପାମ୍‌, ସୋୟାବିନ୍‌ ତେଲ ଆଦି ଖାଇବା ତେଲ ଦାମ କମ ହୋଇଛି । ଏପରି ସ୍ଥିତିରେ ଖାଉଟି ସାମାନ୍ୟ ଆସ୍ୱସ୍ଥି ଅନୁଭବ କରିଛନ୍ତି । ଦୁଇ ଦିନତଳେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଦାମ ଯଥାକ୍ରମେ ୫ ଏବଂ ୧୦ ଟଙ୍କା ହ୍ରାସ କରିଥିଲେ । ସେପଟେ ଓଡ଼ିଶା ସରକାର ମଧ୍ୟ ଡିଜେଲ ଏବଂ ପେଟ୍ରୋଲରୁ ୩ ଟଙ୍କା ଲେଖାଏଁ ଭାଟ ଛାଡ଼ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *