ଜାଇଡସ କାଡିଲା ଟିକାକୁ କେନ୍ଦ୍ରର ଅନୁମତି

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଦେଶରେ ଚାଲୁଥିବା ଟିକାକରଣରେ ଏବେ ଆଉ ଏକ ଭାକ୍ସିନ ଯୋଡ଼ି ହୋଇଛି । ଫାର୍ମା କମ୍ପାନୀ ଜାଇଡସ କାଡିଲାର ୩ ଡୋଜ ବିଷିଷ୍ଟ କରୋନା ଟିକା କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ଏହି ଭାକ୍ସିନର ନାମ ZyCov-D ରହିଛି । ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆର ଏକ୍ସପର୍ଟ କମିଟି ଶୁକ୍ରବାର ଏହି ଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛନ୍ତି । ଜେନେରିକ୍ ଔଷଧ କମ୍ପାନୀ କାଡିଲା ହେଲ୍ଥକେୟାର ଲିମିଟେଡ ZyCov-D ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଜୁଲାଇ ୧ ରେ ଆବେଦନ କରିଥିଲା । ଏହି ଆବେଦନ ୨୮ ହଜାର ସ୍ୱେଚ୍ଛାସେବୀଙ୍କୁ ନେଇ ଶେଷ ପର୍ଯ୍ୟାୟ ପରୀକ୍ଷଣ ଆଧାରରେ କରାଯାଇଥିଲା । ଭାକ୍ସିନ ୬୬.୬ ପ୍ରତିଶତ କାର୍ଯ୍ୟକାରୀ ବୋଲି କୁହାଯାଇଛି । ଏହାର ଇମରଜେନ୍ସି ବ୍ୟବହାର ପରେ ଯଦି ଭାକ୍ସିନକୁ ସଂପୂର୍ଣ୍ଣ ଭାବେ ଅନୁମତି ମିଳୁଛି ତେବେ ଏହା ଭାରତର ଦ୍ୱିତୀୟ ସ୍ୱଦେଶୀ କରୋନା ଭାକ୍ସିନ ହେବ । ବର୍ତ୍ତମାନ ଭାରତରେ ସମୁଦାୟ ୪ଟିକାକୁ ଅନୁମତି ମିଳିଛି । କୋଭିଶିଲ୍ଡ, କୋଭାକ୍ସିନ, ସ୍ଫୁଟନିକ, ମଡେର୍ଣ୍ଣା । ଏବେ ଜାଇଡସ ଭାକ୍ସିନକୁ ମିଶାଇ ଏହି ସଂଖ୍ୟା ୫ରେ ପହଞ୍ଚିଛି । ପୂର୍ବରୁ ଜାଇଡସ କାଡିଲା ତରଫରୁ କୁହାଯାଇଥିଲା ଯେ ଅନୁମତି ମିଳିବା ପରେ ଦୁଇ ମାସ ମଧ୍ୟରେ ଭାକ୍ସିନ ଲଞ୍ଚ କରାଯାଇପାରେ । ZyCov-D ଭାକ୍ସିନକୁ ଭାରତ ସରକାରଙ୍କ ଡିପାର୍ଟମେଣ୍ଟ ଅଫ ବାୟୋଟେକ୍ନୋଲୋଜୀ ଏବଂ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଦ୍ୱାରା ବିକଶିତ କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *