କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ପୁଣି ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା । ମହଙ୍ଗା ଭତ୍ତା ୨୮%ରୁ ୩୧%କୁ ବୃଦ୍ଧି କରିବାକୁ କ୍ୟାବିନେଟର ନିଷ୍ପତ୍ତି । ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ । ୪୭.୧୪ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏହାଦ୍ୱାରା ଉପକୃତ ହେବେ । ଖାଲି ସରକାରୀ କର୍ମଚାରୀ ନୁହନ୍ତି ବରଂ ଅବସର ପ୍ରାପ୍ତ କର୍ମଚାରୀମାନେ ମଧ୍ୟ ଏହାଦ୍ୱାରା ଉପକୃତ ହେବେ । ପ୍ରାୟ ୬୮.୬୨ ଲକ୍ଷ ପେନସନ୍ ଭୋଗୀ ମଧ୍ୟ ଏହି ନିଷ୍ପତିରୁ ଫାଇଦା ପାଇବେ । କୁହାଯାଉଛି ଏହା କେନ୍ଦ୍ର ସରକାରଙ୍କ ପକ୍ଷରୁ କର୍ମଚାରୀଙ୍କ ପାଇଁ ଦୀପାବଳି ଭେଟି । ମହଙ୍ଗା ଭତ୍ତା ୩ ପ୍ରତିଶତ ବଢ଼ାଇବା ନେଇ କେନ୍ଦ୍ର କ୍ୟାବିନେଟ୍‌ରୁ ମଞ୍ଜୁରୀ ମିଳିଛି । କ୍ୟାବିନେଟରେ ଡିଏ ବୃଦ୍ଧିକୁ ନେଇ ଏକ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଏହାଦ୍ୱାରା ଏକ କୋଟିରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଉପକୃତ ହେବେ ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜୁଲାଇରେ ସରକାର ମହଙ୍ଗା ଭତ୍ତାକୁ ୧୧ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିଥିଲେ । ଏହାପୂର୍ବରୁ ଡିଏକୁ ୧୭ ପ୍ରତିଶତ ହାରରେ ଦିଆଯାଉଥିଲା । ଆହୁରି ୩ ପ୍ରତିଶତ ଡିଏ ବଢ଼ିବା ଦ୍ୱାରା ମହଙ୍ଗା ଭତ୍ତା ୩୧ ପ୍ରତିଶତକୁ ବୃଦ୍ଧି ପାଇଛି । ୧ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ ଏହାର ପ୍ରତ୍ୟକ୍ଷ ଲାଭ ପାଇବେ । କେନ୍ଦ୍ରୀୟ କର୍ମଚାରୀମାନେ ସେମାନଙ୍କର ବେସିକ୍ ପେ’ର ୩୧ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ । ମହଙ୍ଗା ଭତ୍ତା ବୃଦ୍ଧି ହେବା ସହିତ ଅନ୍ୟାନ୍ୟ ଭତ୍ତା ମଧ୍ୟ ବୃଦ୍ଧି ପାଇବ । ଏଥିରେ ଟିଏ ଏବଂ ସିଏ ମଧ୍ୟ ସାମିଲଥିବା ସୂଚନା ରହିଛି । ଏଥି ସହିତ ଅବସର ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ ଏବଂ ଗ୍ରାଚ୍ୟୁଟିରେ ମଧ୍ୟ ବୃଦ୍ଧି ହେବ । ସପ୍ତମ ବେତନ ଆୟୋଗର ସୁପାରିଶ ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫରେ ବର୍ଷକୁ ଦୁଇଥର ଜାନୁଆରୀ ଏବଂ ଜୁଲାଇରେ ସଂଶୋଧିତ ହୁଏ । କିନ୍ତୁ କରୋନା ଯୋଗୁଁ ଗତ ତିନୋଟି କିସ୍ତିରେ କୌଣସି ପରିବର୍ତ୍ତନ ହୋଇନଥିଲା । ତେଣୁ ସରକାର ଜୁଲାଇ ମାସରେ ଏହି ହାରକୁ ୧୧% ବୃଦ୍ଧି କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *