ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ କେମିତି ଦିଆଯିବ ନମ୍ବର ? କେନ୍ଦ୍ର ସରକାର ଦେଲେ ଫର୍ମୁଲା

ନୂଆଦିଲ୍ଲୀ: ସିବିଏସଇ ଦ୍ବାଦଶ ପରୀକ୍ଷା ମାର୍କିଂ ପ୍ରସଙ୍ଗ । ସୁପ୍ରିମକୋର୍ଟକୁ ଫର୍ମୁଲା ପ୍ରସଙ୍ଗରେ ସିବିଏସଇ କର୍ତ୍ତୃପକ୍ଷ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । ଦ୍ବାଦଶ ଶ୍ରେଣୀ ମାର୍କିଂ ପାଇଁ ଏକ ଫର୍ମୁଲା ପ୍ରସ୍ତୁତ କରାଯାଇଛି । ପୂର୍ବରୁ ସୁପ୍ରିମକୋର୍ଟ ସିବିଆଇଙ୍କୁ ଫଳାଫଳ ପାଇଁ ଫର୍ମୁଲା ପ୍ରସ୍ତୁତ କରିବାକୁ ୧୪ ଦିନର ସମୟ ଦେଇଥିଲା । ଆଜି ସରକାରଙ୍କ ତରଫରୁ ଏଜି ଦ୍ୱାଦଶ ଫଳାଫଳ ପାଇଁ ପ୍ରସ୍ତୁତ ଫର୍ମୁଲା ବିଷୟରେ କହିଛି । ଆପଣଙ୍କୁ କହି ରଖୁଛୁ ଯେ, କରୋନା ସଂକ୍ରମଣ କାରଣଙ୍କୁ ସିବିଏସଇ ଏବଂ ଆଇସିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ୨୦୨୧କୁ ରଦ୍ଦ କରାଯାଇଥିଲା  । ବର୍ତ୍ତମାନ ଫଳାଫଳ ପ୍ରକାଶ କରିବାକୁ ସିବିଏସଇ ଦ୍ୱାରା ଫର୍ମୁଲା ପ୍ରସ୍ତୁତ କରାଯାଇଛି ।

ଆଜି ସିବିଏସଇ ଦ୍ୱାଦଶ ଫଳାଫଳ ଘୋଷଣା ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସିବିଏସ୍ଇ ସୁପ୍ରିମକୋର୍ଟରେ ଏକ ଫର୍ମୁଲା ପ୍ରସ୍ତୁତ କରି ଦାଖଲ କରିଛି। ଏହି ଫର୍ମୁଲା ଅନୁସାରେ ଦଶମ ଓ ଏକାଦଶ ଶ୍ରେଣୀ ପରୀକ୍ଷାଫଳ ଅନୁସାରେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ନିର୍ଣ୍ଣୟ କରାଯିବ । ଏହା ସହ ଦ୍ବାଦଶ ଶ୍ରେଣୀ ପ୍ରି-ବୋର୍ଡ ପରୀକ୍ଷାକୁ ଭିତ୍ତି କରି ୪୦ ପ୍ରତିଶତ ମାର୍କ ଦେବା ଲାଗି ସିବିଏସଇ କର୍ତ୍ତୃପକ୍ଷ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । ଦଶମର ୫ଟିରୁ ୩ଟି ଭଲ ମାର୍କ ଥିବା ବିଷୟକୁ ନେଇ ମାର୍କିଂ କରିବାକୁ ସିବିଏସଇ ପ୍ରସ୍ତାବ ରଖିଛି । ସେହିପରି ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରାକ୍ଟିକାଲ୍ ରହିଥାଏ ।

ତେଣୁ ଦଶମରୁ ୩୦ ପ୍ରତିଶତ, ୧୧ ତମରୁ ୩୦ ପ୍ରତିଶତ ଏବଂ ଦ୍ୱାଦଶରୁ ୪୦ ପ୍ରତିଶତ ନିବାଯିବା କଥା କୁହାଯାଇଛି । ଏହିପରି ସେମାନଙ୍କର ମାର୍କ ବାହାରକୁ ଆସିବା ନେଇ ପ୍ରସ୍ତାବ ରଖାଯାଇଛି । ସିବିଏସଇ ଜୁନ୍ ୪, ୨୦୨୧ରେ, ସିବିଏସଇ ମୂଲ୍ୟାଙ୍କନ ମାନଦଣ୍ଡ ସ୍ଥିର କରିବାକୁ ୧୩ ଜଣିଆ କମିଟି ଗଠନ କରିଥିଲା ​ । ଦ୍ୱାଦଶ ମୂଲ୍ୟାଙ୍କନ ନୀତି ସ୍ଥିର କରିବାକୁ କମିଟିକୁ ଦଶ ଦିନ ସମୟ ଦିଆଯାଇଥିଲା। ଯଦିଓ ମୂଲ୍ୟାଙ୍କନ ମାନଦଣ୍ଡ ସ୍ଥିର କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ସିବିଏସ୍ଇକୁ ଦୁଇ ସପ୍ତାହ ସମୟ ଦେଇଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *