ପୁରୀରେ କେନ୍ଦ୍ରୀୟ ଟିମ୍, କୋଭିଡ୍ ସ୍ଥିତିର କରିବେ ସମୀକ୍ଷା

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍ ସ୍ଥିତିର ଅନୁଧ୍ୟାନ କରିବା ପାଇଁ ଆସିଥିବା କେନ୍ଦ୍ରୀୟ କୋଭିଡ୍ ଟିମ୍ ଆଜି ପୁରୀରେ ପହଞ୍ଚିଛନ୍ତି । ପୁରୀରେ ପହଞ୍ଚିବା ପରେ ଟିମର ସଦସ୍ୟମାନେ ଜିଲ୍ଲାର କୋଭିଡ୍ ସଂକ୍ରମଣ ଓ ମୃତ୍ୟୁ ସଂପର୍କରେ ତର୍ଜମା କରିଛନ୍ତି । ଏହି ଟିମରେ କେନ୍ଦ୍ରରୁ ଦୁଇଜଣ ଓ ରାଜ୍ୟରୁ ଜଣେ ସଦସ୍ୟ ରହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୫ ତାରିଖରେ ଭୁବନେଶ୍ୱରରେ କେନ୍ଦ୍ରୀୟ ଟିମ୍ ପହଞ୍ଚିଥିଲା । ରାଜ୍ୟରେ ପହଞ୍ଚିବା ପରେ ଟିମ୍ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ସହ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ଭେଟିଥିଲା । ପ୍ରାଥମିକ ଆଲୋଚନା ପରେ ଟିମ୍ ଅଧିକ ସଂକ୍ରମଣ ଥିବା ଜିଲ୍ଲାକୁ ଗସ୍ତ କରିବା ନେଇ ବ୍ୟବସ୍ଥା କରାଯାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *