କରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ବାଧ୍ୟତାମୂଳକ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ବାଧ୍ୟ କେନ୍ଦ୍ର ସରକାର । ଯେଉଁମାନେ କରୋନା କାରଣରୁ ପ୍ରାଣ ହରାଇଛନ୍ତି, ସରକାର ସେମାନଙ୍କ ପରିବାରକୁ କ୍ଷତିପୂରଣ ଦେବା ଉଚିତ୍ ବୋଲି ସଫା ସଫା ଶୁଣାଇଛନ୍ତି ସୁପ୍ରିମକୋର୍ଟ । କ୍ଷତିପୂରଣ ପ୍ରଦାନ ପାଇଁ ଏକ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ।  ତେବେ ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି, କୋର୍ଟ କୌଣସି କ୍ଷତିପୂରଣ ସ୍ଥିର କରିପାରିବେ ନାହିଁ ।  ସହାୟତା ରାଶି କେତେ ଦିଆଯିବ, ତାହା ସମ୍ପୂର୍ଣ୍ଣ ରୂପରେ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରେ  । ସେପଟେ କରୋନା ମୃତକଙ୍କୁ ଚାରି ଲକ୍ଷ ଲେଖାଏଁ ପ୍ରାଦନ କରିବ କରାଯାଇ ପାରିବ ନାହିଁ ବୋଲି ମାନିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସରକାର ନିଜର ନୀତି ଅନୁସାରେ କ୍ଷତିପୂରଣ କିମ୍ବା ରିଲିଫ ରାଶି ନିର୍ଣ୍ଣୟ କରିପାରିବେ। କୋର୍ଟ କହିଛନ୍ତି, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ନିୟମ ଏବଂ ସମ୍ବଳ ଅନୁଯାୟୀ କ୍ଷତିପୂରଣ ସ୍ଥିର କରିପାରିବ ସରକାର । ତେବେ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ୬ ସପ୍ତାହ ସମୟ ଦେଇଛନ୍ତି  ସୁପ୍ରିମକୋର୍ଟ । ସେପଟେ କୋଭିଡ ସହ ଜଡିତ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିବା ସହ ପୂର୍ବରୁ ଦିଆଯାଇଥିବା ପ୍ରମାଣପତ୍ର ଗୁଡ଼ିକର ସଂଶୋଧନ କରାଯିବା ଉଚିତ ବୋଲି କହିଛନ୍ତି । ରାୟ ଶୁଣାଇବା ବେଳେ ଏନଡିଏମଏର ଅଧିକାରୀଙ୍କୁ ତାଗିଦ ମଧ୍ୟ କରିଛନ୍ତି ସୁପ୍ରିମକୋର୍ଟ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *