ଗ୍ରାହକ ବେଶରେ ଆସିଲେ ଅଳଙ୍କାର ଦେଖିଲେ, ଲୁଟିନେଲେ

ସୋର: ସିସିଟିଭିରେ ସୁନା ଲୁଟ୍ । ବାଲେଶ୍ୱର ସୋର ଥାନା ବଡ଼ଖୁରି ଛକରେ ଥିବା ଜଗଦ୍ଧାତ୍ରୀ ଜୁଏଲାରୀରୁ ସୁନା ଅଳଙ୍କାର ଲୁଟ୍ ହୋଇଛି । ଗ୍ରାହକ ବେଶରେ ଆସି ଗହଣା ଦୋକାନରୁ ୧୪ ଗ୍ରାମର ସୁନା ହାର ଲୁଟି ନେଇ ଯାଇଛନ୍ତି ଦୁର୍ବୃତ୍ତ । ଲୁଟ୍ ବେଳର ଭିଡିଓ ସିସିଟିଭିରେ କଏଦ ହୋଇଛି । ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରୁଛି । ଗ୍ରାହକ ବେଶରେ ଆସିଥିବା ଦୁର୍ବୃତ୍ତ ଏକ ୧୪ ଗ୍ରାମ୍ ଓଜନର ସୁନା ହାର ଦେଖୁଥିଲେ । ଅନ୍ୟ ଗ୍ରାହକ ଆସିବାରୁ ଗହଣା ଦୋକାନର ମାଲିକ ଅନ୍ୟ ଗ୍ରାହକଙ୍କୁ ଅଳଙ୍କାର ଦେଖାଉଥିଳେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତ ଜଣଙ୍କ ହାର ନେଇ ଚମ୍ପଟ ମାରିଛନ୍ତି । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏନେଇ ଗହଣା ଦୋକାନର ମାଲିକ ଟୁନୁ ସାହୁ ସୋର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଛାନଭିନ୍ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *