୩ ଦିନ ଘୁଞ୍ଚିଲା ସିବିଏସ୍‌ଇ ପରୀକ୍ଷା

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଉଭୟ ଶ୍ରେଣୀର ବୋର୍ଡ ପରୀକ୍ଷା ମେ’ ପହିଲାରୁ ଆରମ୍ଭ ହେବାକୁ ଥିବାବେଳେ ଏହାକୁ ୩ଦିନ ଘୁଞ୍ଚାଇ ଦିଆଯାଇଛି । ନୂଆ କାର୍ଯ୍ୟସୂଚୀ ଅନୁସାରେ ଉଭୟ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ମେ’ ୪ରୁ ଆରମ୍ଭ ଆରମ୍ଭ ହେବ । ଏନେଇ ସିବିଏସ୍‌ଇ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଦଶମ ଶ୍ରେଣୀ ପରୀକ୍ଷା ମେ’ ୪ରୁ ଆରମ୍ଭ ହୋଇ ଜୁନ୍ ୭ରେ ସରିବ । ସେହିପରି ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ମେ’ ୪ରୁ ଆରମ୍ଭ ଏବଂ ଜୁନ୍ ୧୪ରେ ଶେଷ ହେବ ।

ଦ୍ୱାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାଇଁ ୪ଦିନ ଦୁଇଟି ସିଟିଂରେ ପରୀକ୍ଷା କରାଯିବାକୁ ଥିବାବେଳେ ଅନ୍ୟବାକି ଦିନ ଗୁଡିକରେ ଗୋଟିଏ ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ ପୂର୍ବାହ୍ନ ୧.୩୦ମିନିଟ୍‌ରୁ ଆରମ୍ଭ ହୋଇ ଅପରାହ୍ଣ ୧.୩୦ ମିନିଟ୍‌ରେ ସରିବ । ଦ୍ୱିତୀୟ ସିଟିଂ ଅପରାହ୍ଣ ସାଢେ ୨ଟାରୁ ଆରମ୍ଭ ହୋଇ ସାଢେ ୫ଟା ପର୍ଯ୍ୟନ୍ତ ଚାଲିବ । ପ୍ରଥମ ସିଟିଂରେ ୧୦ଟାରେ ବିଦ୍ୟାର୍ଥୀଙ୍କୁ ହଲ୍ ଭିତରେ ପରୀକ୍ଷା ଖାତା ବିତରଣ କରାଯିବ । ଏହାର ୧୫ମିନିଟ୍ ପରେ ପ୍ରଶ୍ନପତ୍ର ଦିଆଯିବ । ବିଦ୍ୟାର୍ଥୀ ସାଢେ ୧୦ଟାରୁ ଉତ୍ତର ଦେଖିବା ଆରମ୍ଭ କରିବେ । ଦ୍ୱିତୀୟ ସିଟିଂରେ ଅପରାହ୍ଣ ୨ଟାରେ ବିଦ୍ୟାର୍ଥୀଙ୍କୁ ଖାତା ଦିଆଯିବ । ଏହାର ୧୫ମିନିଟ୍ ପରେ ପ୍ରଶ୍ନପତ୍ର ବଣ୍ଟନ କରାଯିବ । ଛାତ୍ରଛାତ୍ରୀ ସାଢେ ୨ଟାରୁ ଉତ୍ତର ଦେଖିବା ଆରମ୍ଭ କରିବେ । ଅନ୍ୟପଟେ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ । ପୂର୍ବାହ୍ନ ସାଢେ ୧୦ଟାରୁ ସାଢେ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ୧୫ମିନିଟ୍ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ବିତରଣ କରାଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

ପୁରୁଣା କାର୍ଯ୍ୟସୂଚୀ ଅନୁସାରେ ଦଶମ ଶ୍ରେଣୀ ବିଜ୍ଞାନ ବିଷୟ ମେ’ ୧୫ରେ ଅନୁଷ୍ଠିତ ହେବାକୁ ଥିବାବେଳେ ନୂଆ କାର୍ଯ୍ୟସୂଚୀ ଅନୁଯାୟୀ ମେ ୨୧ରେ ହେବ । ଗଣିତ ବିଷୟ ମେ ୨୧ ପରିବର୍ତ୍ତେ ଜୁନ୍ ୨ରେ କରାଯିବ । ଦ୍ୱାଦଶ ଶ୍ରେଣୀର ପଦାର୍ଥ ବିଜ୍ଞାନ ବିଷୟ ଜୁନ୍ ୮ ପରିବର୍ତ୍ତେ ମେ ୧୩ରେ ଅନୁଷ୍ଠିତ ହେବ । ନୂଆ କାର୍ଯ୍ୟସୂଚୀରେ ମେ ୧୩ରୁ ୧୬ ମଧ୍ୟରେ ପରୀକ୍ଷା କରାଯିବ ନାହିଁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *