ବସ-କାର ଦୁର୍ଘଟଣା: ଜଳିଗଲା ବସ, ୫ ଜଣଙ୍କର ମୃତ୍ୟୁ

କୋଲକାତା:  ପଶ୍ଚିମବଙ୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କୋଲକାତାର ବୋକାରୋ ହାଇୱେ- 23ରେ ବସ୍‌ କାର୍‌ ଦୁର୍ଘଟଣା ଘଟି ୫ଜଣଙ୍କ ମୃତ୍ୟୁ ଘଟିଛି । କାର୍-ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବସଟି ଜଳିଯାଇଥିବା ଦେଖିବାକୁ ମିଳିଛି  । ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ରହିଥିବାହବେଳେ ଘଟଣାସ୍ଥଳରେ ହିଁ  ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି  । ଅନ୍ୟପଟେ ଦୁର୍ଘଟଣା ସମ୍ବନ୍ଧରେ ଖବର ପାଇ ସ୍ଥାନୀୟ ପୋଲିସ ତୁରନ୍ଚତ ଘଟଣାସ୍ଥଳରେ ପହଁଚିଥିଲା  ।  ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ରାସ୍ତାରେ ବସଟି ହୁତୁ ହୁତୁ ହୋଇ ଜଳୁଥିବାବେଳେ ଅଗ୍ନିଶମ ବାହିନୀ ନିଆଁ ଲିଭାରେ ସଫଳ ହୋଇଛି  । କାର ଓ ବସକୁ ରାସ୍ତାରୁ ଖଲାସ ମଧ୍ୟ କରିଛି ପୋଲିସ  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *