ଯୁକ୍ତ ୨ କଳାରେ ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

ଭୁବନେଶ୍ୱର : ପ୍ରକାଶ ପାଇଲ ଯୁକ୍ତ କଳା ଓ ଧନ୍ଦାମୂଳକ ରେଜଲ୍ଟ । ଚଳିତ ବର୍ଷ କରୋନା କାରଣରୁ ପରୀକ୍ଷା ହୋଇନଥିବା ବେଳେ କଳା ରେଗୁଲାରରେ ପାସ ହାର ୯୮.୫୮ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ପାସ୍ ହାର ୮୬.୦୨ ପ୍ରତିଶତ ରହିଛି । ଚଳିତ ଥର କଳାରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ । ଛାତ୍ରଙ୍କ ପାସ୍ ହାର ୮୫.୯୮ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ରହିଛି ୯୨.୩୪ ପ୍ରତିଶତ । ଅନ୍ୟପଟେ ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ଯେ, ଯିଏ ରେଜଲ୍ଟରେ ଅସନ୍ତୁଷ୍ଟ ଅଛନ୍ତି, ସେମାନେ ଅଗଷ୍ଟ ୨୩ ତାରିଖ ସୁଦ୍ଧା ଅଭିଯୋଗ କରି ପାରିବେ । କଳା ରେଗୁଲାରରେ ପାସ୍ ହାର ୯୮.୫୮ ପ୍ରତିଶତ ରହିଛି । ୧ ଲକ୍ଷ ୮୯ ହଜାର ୩୬୩ରୁ ପାସ୍ କରିଛନ୍ତି ୧ ଲକ୍ଷ ୮୬ ହଜାର ୬୮୫ ଜଣ । ରେଗୁଲାର ପ୍ରଥମ ଶ୍ରେଣୀରେ ୩୦ ହଜାର ୫୧୦ ଜଣ ପାସ୍ କରିଛନ୍ତି । ରେଗୁଲାର ଦ୍ୱିତୀୟ ଶ୍ରେଣୀରେ ୪୬ ହଜାର ୧୦୧ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ୯୦% ଉପରକୁ ୯୫ ଜଣ ପରୀକ୍ଷାର୍ଥୀ ନମ୍ବର ରଖିଛନ୍ତି । ରେଗୁଲାର ଓ ଏକ୍ସ ରେଗୁଲାରକୁ ମିଶାଇ ୧ ଲକ୍ଷ ୯୬ ହଜାର ୯୫୯ ପାସ୍ କରିଛନ୍ତି । ରେଗୁଲାର ଓ ଏକ୍ସରେଗୁଲାରକୁ ମିଶାଇ ପାସ୍ ହାର ୮୯.୪୯ ପ୍ରତିଶତ ରହିଛି । ମଦ୍ରାସରେ ୪୦୫ ଜଣଙ୍କ ମଧ୍ୟରୁ ୩୯୨ ଜଣ ପାସ୍ କରିଛନ୍ତି । ପାସ୍ ହାର ୯୬.୭ ପ୍ରତିଶତ ରହିଛି । ସେହି ପରି ଧନ୍ଦାମୂଳକରେ ୫ ହଜାର ୩୩୧ ଜଣ ପାସ୍ କରିଛନ୍ତି । ଉତ୍ତୀର୍ଣ୍ଣହାର ୮୬.୦୨ ପ୍ରତିଶତ ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *