ମନ୍ଦିର ପୂଜକଙ୍କୁ ସହାୟତାର ହାତ ବଢ଼ାଇଲା ବିଜୁ ଯୁବ ଜନତା ଦଳ

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ତାଲାବନ୍ଦ କାରଣରୁ ରାଜ୍ୟର ସମସ୍ତ ଦେବାଳୟ ବନ୍ଦ ରହିଛି । ମନ୍ଦିର ପୂଜକ ମାନେ ଆର୍ଥିକ ଅନଟନରେ ଗତି କରୁଛନ୍ତି । ମନ୍ଦିର ପୂଜକ ମାନଙ୍କୁ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ରଞ୍ଜନ ମିଶ୍ର ସହାୟତାର ହାତ ବଢ଼ାଇଛନ୍ତି । ସ୍ନାନ ପୂର୍ଣ୍ଣିମାରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ବିଭିନ୍ନ ମନ୍ଦିରରେ ପୂଜକ ମାନଙ୍କୁ ଦୈନନ୍ଦିନ ଆବଶ୍ୟକୀୟ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ସେ । ଏହି ବିପତ୍ତି ସମୟରେ ଅସୁବିଧାରେ ଥିବା ମନ୍ଦିର ପୂଜକ ମାନଙ୍କୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ସମସ୍ତ ଜନସାଧାରଣ ମାନଙ୍କୁ ଅନୁରୋଧ କରିଛନ୍ତି ଆଶିଷ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ସମରେନ୍ଦ୍ର ସାହୁ, ଯୁବ ସମାଜସେବୀ ଅନିରୁଦ୍ଧ ଲେଙ୍କା, ଉମାକାନ୍ତ ପୃଷ୍ଟି, କିରଣ ଦାଶ, ଦେବୀଦତ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *