ବ୍ୟବସାୟୀ ଗିରଫ : ମିଠାକଥା କହି ୧୭ଲକ୍ଷ ଠକିନେଲେ

ଭୁବନେଶ୍ୱର: ନିଜ ଗ୍ରୋସରୀ ଦୋକାନରେ ପୁଞ୍ଜି ନିବେଶ କରିବାକୁ କହିଲେ । ଏମିତିକ ମିଠାକଥା କଥା କହି ଲାଭବାନ ହେବାର ଲୋଭ ଦେଖାଇଲେ । ପରେ ୧୬ଲକ୍ଷ ୯୦ହଜାର ଟଙ୍କା ଠକିନେଇ ଲୁଚିଲେ । ଏଭଳି ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ଗୋଶାଣେଶ୍ୱର ଛକ ନିକଟରେ ରହୁଥିବା ଚିତ୍ତରଞ୍ଜନ ସାମଲ । ଏନେଇ ପୁଲିସ କେସ୍ ନଂ ୬୨/୨୧ରେ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ, ବଡ଼ଗଡ ଥାନା ଅନ୍ତର୍ଗତ ଟଙ୍କପାଣି ରୋଡ୍ ଗତିକୃଷ୍ଣ ଭିଲ୍ଲାରେ ଶିବ କୁମାର ମହାପାତ୍ର ନାମକ ଜଣେ ବ୍ୟକ୍ତି ରୁହନ୍ତି । ତାଙ୍କ ପଡ଼ୋଶୀ ଭାବେ ଅଭିଯୁକ୍ତ ଚିତ୍ତ ରହୁଥିଲେ ।

ଚିତ୍ତଙ୍କ ଏକ ଗ୍ରୋସରି ଦୋକାନ ଥିବାବେଳେ ଶିବଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା । ତେଣୁ ଗ୍ରୋସରି ଦୋକାନରେ ପୁଞ୍ଜି ନିବେଶ କରିବାକୁ ସେ ଶିବଙ୍କୁ ପ୍ରବର୍ତ୍ତାଇଥିଲେ । ଏମିତି ମହୁଲଗା କଥା କହିଥିଲେ ଯେ ଶିବ ପର୍ଯ୍ୟାୟକ୍ରମେ ୧୬ଲକ୍ଷ ୯୦ହଜାର ଟଙ୍କା ଦେଇଦେଇଥିଲେ । ଟଙ୍କା ପାଇବା ପରେ ଚିତ୍ତ ଗତିକୃଷ୍ଣ ଭିଲ୍ଲାରୁ ଘର ବଦଳାଇଦେଇ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ରହିବା ଆରମ୍ଭ କରିଦେଲେ । କିଛିଦିନ ପରେ ଶିବ ତାଙ୍କୁ ଟଙ୍କା ଫେରସ୍ତ ମାଗିବାରୁ ସେ ଆଉ ଧରାଛୁଆଁ ଦେଇନଥିଲେ । ଏମିତିକି ଲୁଚିବା ଆରମ୍ଭ କରିଦେଇଥିଲେ । ଶେଷରେ ନିରାଶ ହୋଇ ଶିବ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ କରିବାରୁ ପୁଲିସ ଜାଣିବାକୁ ପାଇଲା ଯେ, ଚିତ୍ତରଞ୍ଜନ ଗ୍ରୋସରି ଦୋକାନରେ ପୁଞ୍ଜି ନିବେଶ କରି ଲାଭବାନ ହେବାକୁ କହି ଅନେକ ଲୋକଙ୍କ ଠାରୁ ଟଙ୍କା ଠକିଛନ୍ତି । ଏହାପରେ ପୁଲିସ ତାଙ୍କ ଘରେ ଚଢ଼ଉ କରି ଗିରଫ କରିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *