ଆଜିଠାରୁ ସାରା ଓଡ଼ିଶାରେ ଚାଲିଲା ବସ୍

ଭୁବନେଶ୍ବର : ପ୍ରାୟ ତିନି ମାସ ପରେ ଜିଲ୍ଲାସ୍ତରକୁ ଗଡ଼ିଛି ବସ୍ । ଏପ୍ରିଲ ୧୦ରୁ ରାଜ୍ୟ ବାହାରକୁ ଏବଂ  ମେ ୫ରୁ ରାଜ୍ୟ ଭିତରେ ବସ ଚଳାଚଳ ବନ୍ଦ ରହିଥିଲା । ୧ ତାରିଖରୁ ୨୦ଟି ଜିଲ୍ଲାରେ ଏବଂ ଏବେ ଅବଶିଷ୍ଟ ୧୦ ଜିଲ୍ଲାରେ ବସ ଚଳାଚଳକୁ ଅନୁମତି ଦିଆଯାଇଛି । ରାଜ୍ୟରେ ପ୍ରାୟ ୧୬ ହଜାରରୁ ଅଧିକ ବସ୍ ଠିଆ ହୋଇ ରହିଥିଲା । ଏଭଳି ସ୍ଥିତିରେ କରୋନା କଟକଣା ଯୋଗୁଁ ଦୀର୍ଘ ଦିନ ଠିଆ ହୋଇଥିବାରୁ ବସ୍ ଗୁଡ଼ିକର ମରାମତି ଦରକାର ପଡୁଛି । ବସ୍ ଗଡ଼ିବା ନେଇ ସରକାରଙ୍କ ନିଷ୍ପତ୍ତି ପରେ ରାସ୍ତାକୁ ଓହ୍ଲାଇଛି ମାତ୍ର ୧୦ରୁ ୧୫ ପ୍ରତିଶତ । ତେବେ ବସରେ ଠିଆ ହୋଇ ଯାତ୍ରା କରିବା ମନା।

ରାଜ୍ୟର ମୋଟ ୧୬ ହଜାରୁ ଅଧିକ ବସ୍‌ ଗତ ୩ ମାସ ଧରି ଛିଡ଼ା ହୋଇଥିବା ବେଳେ ଏବେ ସେଗୁଡ଼ିକ ଗଡ଼ିବା ପୂର୍ବରୁ ମରାମତି ଖୋଜୁଛି। କଟକ ଓ ଭୁବନେଶ୍ବରରୁ ମୋଟ ବସ୍‌ର ୬୦ ପ୍ରତିଶତ ଥିବା ବେଳେ ଏହାର ମରାମତି ପାଇଁ ଗ୍ୟାରେଜ୍‌ ଗୁଡିକ‌ରେ ମେକାନିକ୍‌ଙ୍କ ଅଭାବ ଦେଖାଯାଇଛି । କଟକ ମଙ୍ଗୁଳି ଛକରୁ ଭୁବନେଶ୍ବରର ପାତ୍ରପଡ଼ା ମଧ୍ୟରେ ୩୭୦ରୁ ଅଧିକ ଛୋଟ-ବଡ଼ ଗ୍ୟାରେଜ୍‌ ରହିଛି। ମାତ୍ର କରୋନା ପାଇଁ ଏଠାରେ କାମ କରୁଥିବା ମେକାନିକ୍‌ ଓ ଶ୍ରମିକମାନେ ଏପ୍ରିଲରୁ ସେମାନଙ୍କ ଗାଁକୁ ଚାଲିଯାଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *