ଡିଜେଲ ଦର ହ୍ରାସ ପାଇବା ପରେ କମିଲା ବସଭଡ଼ା

କଟକ: ରାଜ୍ୟରେ ଡିଜେଲ ଦର ହ୍ରାସ ପାଇବା ପରେ କମିଲା ବସ ଭଡ଼ା । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ନୋଟିସରେ ଏନେଇ ଉଲ୍ଲେଖ ରହିଛି । ୫ରୁ ୧୫ ପଇସା ପର୍ଯ୍ୟନ୍ତ ବସ୍ ଭଡ଼ା କମାଇଛି ପରିବହନ ବିଭାଗ । ସାଧାରଣ ବସ୍ ଭଡ଼ା କିଲୋମିଟରକୁ ୫ ପଇସା କମିଟି । ପୂର୍ବରୁ ୯୨ ପଇସା ପ୍ରତି କିଲୋମିଟର ଥିବାବେଳେ ଏବେ ୮୭ ପଇସା ହୋଇଛି । ସେହିପରି ଏକ୍ସପ୍ରେସ ବସ୍ ଭଡା ୫ ପଇସା କମି କିଲୋମିଟରକୁ ୯୧ ପଇସା ହୋଇଛି । ଡିଲକ୍ସ ଭଡ଼ା ୧୦ ପଇସା କମି କିଲୋମିଟରକୁ ୧୨୫ ହୋଇଥିବା ବେଳେ ଏସି ଡିଲକ୍ସ ଭଡ଼ା ୧୦ ପଇସା କମି ୧୫୩ ପଇସା ହୋଇଛି । ସେହିପରି ସୁପର ପ୍ରିମିୟର ୧୫ ପଇସା କମି କିଲୋମିଟର ପିଛା ୨୩୮ ପଇସା ହୋଇଛି । ସୂଚନାଯୋଗ୍ୟ, ଅକ୍ଟୋବର ମାସରେ ଡିଜେଲ ଲିଟର ୧୦୨ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାର ମୂଲ୍ୟ ହ୍ରାସ କରିବା ପରେ ଏବେ ଏହାର ମୂଲ୍ୟ ୯୧ ଟଙ୍କାକୁ ଖସି ଆସିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ବସ୍ ଭଡ଼ା କମାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *