ରାସ୍ତା ଉପରେ ଜଳିଗଲା ବସ୍‌, ୪୫ ଯାତ୍ରୀ ମୃତ

ବୁଲଗେରିଆ: ରାସ୍ତା ଉପରେ ହଠାତ୍ ଜଳି ଉଠିଲା ବସ୍ । ଫଳରେ ନିଆଁ କବଳରେ ଆସି ୪୫ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏଥିରେ ୧୨ ଜଣ ଶିଶୁ ଯାତ୍ରା କରୁଥିବା ଜଣାପଡ଼ିଛି । ବସରେ ଯାତ୍ରା କରୁଥିବା ଅଧିକାଂଶ ଉତ୍ତର ମେସେଡୋନିଆ ଟୁରିଷ୍ଟ ହୋଇଥିବା ଜଣାପଡ଼ିଛି । ଏହି ଘଟଣା ଆଜି ବୁଲଗେରିଆ ଠାରେ ଘଟିଛି । ତେବେ ଏହି ଦୁର୍ଘଟଣାରେ ଅନେକ ଆହତ ମଧ୍ୟ ହୋଇଛନ୍ତି । ସେମାନେ ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ବସରେ ନିଆଁ ଲାଗିଥିବା ଦେଖି ୭ଜଣ ଯାତ୍ରୀ ବସରୁ ଡେଇଁବାକୁ ଚେଷ୍ଟା କରିଥିଲେ । ଯାହାଫଳରେ ସେମାନେ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ସୋଫିଆ ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଏବେ ସ୍ଥିର ଥିବା ହସ୍ପିଟାଲର କର୍ମଚାରୀମାନେ କହିଛନ୍ତି । ତେବେ ବସରେ କେଉଁ କାରଣରୁ ନିଆଁ ଲାଗିଥିଲା ତାହା ସ୍ପଷ୍ଟ ହୋଇନାହିଁ । ବସରେ ନିଆଁ ଲାଗିବା ପରେ ଦୁର୍ଘଟଣାର ଶିକାର ହୋଇଥାଇପାରେ କିମ୍ବା ଦୁର୍ଘଟଣା ପରେ ନିଆଁ ଲାଗିଥାଇପାରେ ବୋଲି ବୁଲଗେରିଆନ୍ ଅଧିକାରୀମାନେ ସୂଚନା ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *