ବସ୍‌ଷ୍ଟାଣ୍ଡରେ ଦୁଇ ପିଲାଙ୍କୁ ଛାଡ଼ି ଦେଇ ଚମ୍ପଟ ମାରିଲା ବାପା, ଶେଷରେ….

ଭୁବନେଶ୍ୱର : ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଅସହାୟ ଅବସ୍ଥାରେ ଭାଇଭଉଣୀ ଉଦ୍ଧାର ହୋଇଛନ୍ତି । ୮ ବର୍ଷର ଭଉଣୀ ସହ ୫ ବର୍ଷର ଭାଇକୁ ଭରତପୁର ପୋଲିସ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ଶିଶୁ ଦୁଇଜଣ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳର ବୋଲି ସୂଚନା ମିଳିଛି । ଉଭୟଙ୍କର ମା’୪ ବର୍ଷ ତଳେ ପ୍ରାଣ ହରାଇଛନ୍ତି । ତେବେ ଦୁହେଁ ବଡ଼ ମାଆଙ୍କୁ ଦେଖା କରିବା ଲାଗି ବାପାଙ୍କ ସହ ଭୁବନେଶ୍ୱର ଆସିଥିଲେ । ବସଷ୍ଟାଣ୍ଡରେ ବସାଇ ଦେଇ ବାପା କୁଆଡେ ଚାଲିଯିବାରୁ ୨ ଶିଶୁ ଏଠାରେ ବସି କାନ୍ଦୁଥିଲେ । ତେବେ ଉଭୟଙ୍କୁ ଉଦ୍ଧାର କରି ସିଡବ୍ଲ୍ୟୁସିରେ ହାଜର କରିଛି ଭରତପୁର ପୋଲିସ । ସୂଚନା ଅନୁଯାୟୀ, ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଆଜି ସକାଳେ ଅସହାୟ ଅବସ୍ଥାରେ ୨ ଭାଇଉଭଣୀ ଉଦ୍ଧାର ହୋଇଛନ୍ତି । ଭଉଣୀର ବୟସ ୮ ବର୍ଷ ହୋଇଥିବା ବେଳେ ଭାଇର ବର୍ଷ ୫ । ଉଭୟଙ୍କ ଘର ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳରେ ବୋଲି ସୂଚନା ମିଳିଛି । ଭୁବନେଶ୍ୱରରେ ବଡ଼ ମା’ଙ୍କୁ ଦେଖା କରିବା ପାଇଁ ବାପାଙ୍କ ସହ ଆସିଥିଲେ । ମାତ୍ର ବସ୍‌ଷ୍ଟାଣ୍ଡରେ ବସାଇଦେଇ ବାପା କୁଆଡେ ଚାଲିଗଲେ ଯେ ଆଉ ଫେରିଲେନି । ପାଖରେ ନିଜର ବୋଲି କାହାକୁ ନ ପାଇ ବସି କାନ୍ଦୁଥିଲେ ଭାଇଭଉଣୀ । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଉଭୟଙ୍କୁ ଉଦ୍ଧାର କରି ସିଡବ୍ଲ୍ୟୁସିରେ ହାଜର କରିଛି ଭରତପୁର ପୁଲିସ୍ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *