୬ ହଜାର କେନ୍ଦ୍ରୀୟ କର୍ମଚାରୀଙ୍କ ଦରମାରେ ବମ୍ପର ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ରୀୟ ସାର୍ବଜନିକ ଉପକ୍ରମର ୬୦୦୦ ରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ମିଳିବ ବର୍ଦ୍ଧିତ ଦରମା । ପିଏସ୍‌ୟୁ କମ୍ପାନୀ ସରକାରଙ୍କ ତାଲିକା ଉପରେ ୬ ହଜାରରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଁ ରାଜି ହୋଇଛି । କମ୍ପାନୀ କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର ସହିତ ଭତ୍ତାରେ ବି ଜବରଦସ୍ତ ବୃଦ୍ଧି କରିଛି । ତେବେ ସବୁଠୁ ବଡ଼ କଥା ହେଉଛି ଏହି ବୃଦ୍ଧି ୨୦୧୭ ରୁ ଲାଗୁ ହେଉଛି । ଅର୍ଥାତ କର୍ମଚାରୀଙ୍କୁ ୪ ବର୍ଷର ମୋଟା ଅଙ୍କର ଏରିୟର ମିଳିବ । ଏ ସମ୍ପର୍କରେ କର୍ମଚାରୀ ସଂଗଠନର ସେକ୍ରେଟାରୀ ଜେନେରାଲଙ୍କ ଉପସ୍ଥିତିରେ କମ୍ପାନୀ ମ୍ୟାନେଜର ଓ ଶ୍ରମିକ ସଂଗଠନ ମଧ୍ୟରେ ଦରମା ନେଇ ଏକ ଚୁକ୍ତି ହୋଇଛି ।

ଏହି ଚୁକ୍ତି ଅନୁଯାୟୀ ୬୦୦୦ ରୁ ଉର୍ଦ୍ଧ୍ୱ କର୍ମଚାରୀ ଉପକୃତ ହେବେ । ଶ୍ରମ ଓ ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ଚୁକ୍ତି କେନ୍ଦ୍ରୀୟ ମୁଖ୍ୟ ଶ୍ରମ କମିଶନରଙ୍କ ଉପସ୍ଥିତିରେ ହୋଇଛି । ଏହି ଚୁକ୍ତି ୧ ଅଗଷ୍ଟ ୨୦୧୭ ରୁ ୩୧ ଜୁଲାଇ ୨୦୨୭ ଯାଏ ୧୦ ବର୍ଷ ଯାଏ ବଳବତ୍ତର ରହିବ । ଏହାଦ୍ୱାରା କମ୍ପାନୀର ହଜାର ହଜାର ସଂଖ୍ୟାରେ କର୍ମଚାରୀ ଉପକୃତ ହେବେ । ଏହି ଚୁକ୍ତି ଅନୁସାରେ କର୍ମଚାରୀ ୨୦ ପ୍ରତିଶତ ଫିଟମେଣ୍ଟ ଲାଭ ଓ ୨୦ ପ୍ରତିଶତ ଭତ୍ତା ପାଇବେ । କମ୍ପାନୀ ୨୦୧୯ ମଇ ମାସରୁ ମୂଳ ବେତନ ଓ ଡିଏ ର ୧୨ ପ୍ରତିଶତ ମଧ୍ୟବର୍ତ୍ତିକାଳୀନ ଛାଡ଼ ଦେଇଥିଲେ । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ କମ୍ପାନୀ କର୍ମଚାରୀଙ୍କୁ ଏହି ବକେୟା ଏକକାଳୀନ ଦେବ । ଦୀପାବଳି ପାଇଁ ମଧ୍ୟ କର୍ମଚାରୀମାନେ ୨୮ ହଜାର ଟଙ୍କା ବୋନସ ପାଇଛନ୍ତି । ଏହି କମ୍ପାନୀ ଦେଶର ସବୁଠୁ ବଡ଼ ମାଙ୍ଗାନିଜ ଉତ୍ପାଦକ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *