ଶ୍ରୀମନ୍ଦିର ପାଇଁ ୨୦୨ କୋଟିର ବଜେଟ୍‌

ପୁରୀ : ପୁରୀ ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଛି । ୨୦୨୧-୨୨ ବର୍ଷ ଲାଗି ୨୦୨ କୋଟିର ବଜେଟ୍ ପ୍ରସ୍ତୁତି କରିଛି ଶ୍ରୀମନ୍ଦିର ଅର୍ଥ ସବ୍‌କମିଟି। ରଥ ପାଇଁ ୧୧ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ସେବାୟତ ଚିକିତ୍ସା ସୁବିଧା ପାଇଁ ୫୦ ଲକ୍ଷ ବ୍ୟୟ ବରାଦ ହୋଇଛି । ସେବାୟତ ସହାୟତା ପାଇଁ ୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଗୁରୁକୁଳ ସ୍କୁଲ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ ହୋଇଛି ।

ଏହା ସହ ୨ଟି ଧର୍ମଶାଳା କାମ ଶେଷ ହୋଇଛି । ଗୋଟିଏ ନୂଆ ଭକ୍ତ ନିବାସ ପ୍ରତିଷ୍ଠା ହେବ । ଖଣି ଖାଦାନରୁ ୧୦ କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ କରାଯିବ । ୨୦୨୩ ରଥଯାତ୍ରା ପୂର୍ବରୁ ସ୍ଥାୟୀ ଜମା ହଜାରେ କୋଟି କରିବାକୁ ଉଦ୍ୟମ କରାଉଛି । ବଡଦାଣ୍ଡ ଓ ଶ୍ରୀମନ୍ଦିର ସୁରକ୍ଷା ପାଇଁ କଡା ପଦକ୍ଷେପ ମଧ୍ୟ ନିଆଯିବ । ଏନ୍‌ଜିସିକୁ ସୁରକ୍ଷା ବ୍ୟବସ୍ଥା ନେଇ ଅବଗତ କରାଯିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *