ଅଖିଳେଶ ଯାଦବଙ୍କୁ ଭେଟିଲେ ବିଏସପିରୁ ବିତାଡିତ ୯ ବିଧାୟକ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଆଉ ମାତ୍ର କିଛି ମାସ ବାକି ଅଛି । କିନ୍ତୁ ରାଜ୍ୟରେ ଏବେ ଠାରୁ ମାହୋଲ ସରଗରମ ହୋଇଗଲାଣି । ଖାସ କରି ୩ ପ୍ରମୁଖ ପ୍ରତିଦ୍ବନ୍ଦି ବିଜେପି, ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ଏବେ ଠାରୁ ମୈଦାନ ଉପରକୁ ଆସିସାରିଲେଣି । ନିର୍ବାଚନ ପାଇଁ ଏହି ୩ ଦଳଙ୍କ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଦଳୀୟ କନ୍ଦଳ ଏବେ ପ୍ରମୁଖ କାରଣ ପାଲଟିଛି । ଆଗକୁ ନିର୍ବାଚନ ଥିବାରୁ ନେତାଙ୍କ ଦଳ ଡିଆଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯିବ ।୩ଟି ଯାକ ପାର୍ଟି ନେତାଙ୍କ ମଧ୍ୟରେ ଟକରାଟକରି ମଧ୍ୟ ଆରମ୍ଭ ହୋଇଗଲାଣି ।

ଏହାର ଏକ ଉଦାହରଣ ମଙ୍ଗଳବାର ଲକ୍ଷ୍ନୌରେ ଦେଖିବାକୁ ମିଳିଛି । ଦଳ ବିରୋଧୀ କାମ ପାଇଁ ବହୁଜନ ସମାଜବାଦୀ ପାର୍ଟିରୁ ନିକଟରେ ବିହଷ୍କୃତ ହୋଇଥିବା ୯ ଜଣ ବିଧାୟକ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଭେଟିଥିବା ଚର୍ଚ୍ଚା ହେଉଛି । ଦଳରୁ ବିଦା ହେବା ପରେ ଏହି ୯ ଜଣ ବିଧାୟକ ଅନ୍ୟ ଦଳମାନଙ୍କ ସହିତ ସମ୍ପର୍କରେ ଥିଲେ । ତେବେ ଏହାରି ମଧ୍ୟରେ ଉତ୍ତର ପ୍ରଦେଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଫାଇଦା ଉଠାଇ ନେଇଥିବା ଚର୍ଚ୍ଚା ହେଉଛି । ବିଏସପିରୁ ବିଦା ହୋଇଥିବା ନେତାମାନଙ୍କୁ ସମାଜବାଦୀ ପାର୍ଟି କୋଳେଇ ନେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଏହା ହେଲେ ଉଭୟ ବିଜେପି ଏବଂ ବିଏସପି ପାଇଁ ଏହା ଚିନ୍ତାର ବିଷୟ ପାଲଟିବା ଆପାତତଃ ସ୍ପଷ୍ଟ ଜଣାପଡୁଛି । ଏପରିକି ବଏସପିରୁ ବିଦା ହୋଇଥିବା ବିଧାୟକମାନେ ଏସପି ସହ ମିଶି ଆଗାମୀ ୨୦୨୦ ବିଧାନସଭା ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଖୁବଶୀଘ୍ର ବହିଷ୍କୃତ ବିଧାୟକମାନେ ସମାଜବାଦୀ ପାର୍ଟିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏ ନେଇ ଅଖିଳେଶ ଯାବଦ କିଛି ସ୍ପଷ୍ଟ କରିନାହାନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *