ସର୍ଭିସ ବନ୍ଧକରୁ ଗୁଳି ଫୁଟାଇ ବିଏସଏଫ୍ ଯବାନଙ୍କ ଆତ୍ମହତ୍ୟା

ଲମତାପୁଟ : ନିଜ ସର୍ଭିସ ବନ୍ଧକରୁ ଗୁଳି ଫୁଟାଇ ବିଏସଏଫ୍ ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଉଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ଯବାନଙ୍କ ନାମ ଇନ୍ଦ୍ରଜିତ ସିଂହ ଓ ଜଲାପୁଟସ୍ଥିତ ବିଏସଏଫ୍ ୧୫ ବାଟାଲିୟନର ସେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି । ବର୍ତ୍ତମାନ କାରଣ ଅସ୍ପଷ୍ଟ ଥିବା ବେଳେ କେଉଁ କାରଣରୁ ଇନ୍ଦ୍ରଜିତ ସିଂହ ଆତ୍ମହତ୍ୟା କରିଛନ୍ତି, ତାହା ଜଣାପଡ଼ି ନାହିଁ । ସୂଚନା ଅନୁଯାୟୀ ଆଜି ସକାଳେ ଜଲାପୁଟସ୍ଥିତ ୧୫ ବିଏସଏଫ୍ ବାଟାଲିୟନର ଯବାନ ଇନ୍ଦ୍ରଜିତ ସିଂହ ନିଜ ରିଭଲଭରରେ ଗୁଳିକରି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଲମତାପୁଟ ଆଶାକିରଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଇନ୍ଦ୍ରଜିତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଇନ୍ଦ୍ରଜିତ ସିଂହ ରାଜସ୍ଥାନର ବୋଲି ଜଣାପଡ଼ିଛି । ବିଏସ୍‌ଏଫ୍ ଯବାନ ଇନ୍ଦ୍ରଜିତ ସିଂହ ଗତ ସପ୍ତାହରେ ଛୁଟିରେ ନିଜ ଗାଁକୁ ଯାଇ ଗୁରୁବାର ଜଲାପୁଟ କ୍ୟାମ୍ପକୁ ଫେରିଥିଲେ । ଆଜି ସକାଳେ ନିଜ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *