ଟଙ୍କା ପାଇଁ ତଳକୁ ଖସିଗଲେ ଭାଇ-ଭଉଣୀ, କ’ଣ କଲେ ପୁରା ଘଟଣା ଜାଣନ୍ତୁ….

ଫିରୋଜାବାଦ : ଟଙ୍କା ପାଇଁ ତଳକୁ ଖସିଗଲେ ଭାଇଭଉଣୀ । ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଭାଉଭଉଣୀ ବିବାହ କରିଛନ୍ତି । ଉତ୍ତରପ୍ରଦେଶର ଫିରୋଜାବାଦର ତୁଣ୍ଡଲା ଠାରେ ଆୟୋଜିତ ହୋଇଥିବା ସାମୁହିକ ବିବାହ ସମାରୋହରେ ଏପରି ଘଟଣା ଘଟିଛି । ମୁଖ୍ୟମନ୍ତ୍ରୀଙ୍କ ସାମୁହିକ ବିବାହ ଯୋଜନା ଅଧୀନରେ ଆୟୋଜିତ ଏହି ବିବାହ ସମାରୋହରେ ଜଣେ ଭାଇ ଭଉଣୀ ବିବାହ କରି ସ୍ୱାମୀ-ସ୍ତ୍ରୀ ହୋଇଛନ୍ତି । ତେବେ ଅନୁସନ୍ଧାନ ପରେ ଏହି ଘଟଣା ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀଙ୍କ ସାମୁହିକ ବିବାହ ଯୋଜନା ଅନୁସାରେ ମିଳୁଥିବା ୩୫ ହଜାର ଟଙ୍କାର ଲୋଭରେ ସେମାନେ ଏପରି କରିଥିବା ଜଣାପଡ଼ିଛି । ଫିରୋଜାବାଦ ସ୍ଥିତ ଟୁଣ୍ଡଲାରେ ଶନିବାର ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ସାମୁହିକ ବିବାହ ଯୋଜନାରେ ନିଜ ଭଉଣୀକୁ ବିବାହ କରିଛନ୍ତି । ସାମୁହିକ ବିବାହ ଯୋଜନାରେ ମିଳୁଥିବା ୩୫ ହଜାର ଟଙ୍କା ଏବଂ ସାମଗ୍ରୀର ଲୋଭରେ ଉଭୟ ଏପରି କରିଛନ୍ତି ବୋଲି ଜଣାପଡ଼ିଛି । ବିବାହ ସମାରୋହରେ କିଛି ନବ ବିବାହିତ ଦମ୍ପତିଙ୍କ ଭିଡିଓ ଏବଂ ଫଟୋ ସେହି ଅଞ୍ଚଳର ଲୋକ ଏବଂ ଗାଁ ମୁଖିଆଙ୍କ ନିକଟରେ ପହଞ୍ଚିଥିଲା । ହେଲେ ଭାଇଭ-ଉଣୀଙ୍କୁ ବରବଧୂ ବେଶରେ ଦେଖି ମୁଖିଆଙ୍କ ହୋସ୍ ଉଡ଼ିଯାଇଥିଲା । ଅନୁସନ୍ଧାନ ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି । ଏହା ପରେ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଛି । ତେବେ ଏହି ପରିପ୍ରେକ୍ଷୀରେ ଅନେକ ସରକାର ଅଧିକାରୀ ମଧ୍ୟ ସ୍କାନରରେ ଆସିଛନ୍ତି । ଏହି ମାମଲାର ଯାଞ୍ଚ ପରେ ସାମାଜିକ କଲ୍ୟାଣ ବିଭାଗର ସହକାରୀ ବିକାଶ ଅଧିକାରୀ ଚନ୍ଦ୍ରବାନ୍ ସିଂ ଅଭିଯୁକ୍ତ ଭାଇଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଏଥିସହ ଗ୍ରାମ ପଞ୍ଚାୟତ ସଚିବ ମରାସେନା କୁଶଲପାଲ, ଗ୍ରାମ ପଞ୍ଚାୟତ ସଚିବ ଅନୁରାଗ ସିଂ, ଏଡିଏ ସମବାୟ ସମିତି ସୁଧୀର କୁମାର, ଏଡିଏ ସାମାଜିକ କଲ୍ୟାଣ ବିଭାଗ ଚନ୍ଦ୍ରବାନ୍ ସିଂଙ୍କ ଠାରୁ ସ୍ପଷ୍ଟୀକରଣ ମଗାଯାଇଛି । ସନ୍ତୋଷଜନକ ଉତ୍ତର ନମିଳିଲେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *