ବର ମଦ ପିଇ ଆସିବାରୁ ଏକ୍ସ ବୟଫ୍ରେଣ୍ଡ ସହ ଛୁ’ ମାରିଲେ କନ୍ୟା, ତା’ ପରେ…..

ୱାଶିଂଟନ୍ : ଆମେରିକାରେ ଜଣେ କନ୍ୟା ନିଜ ବିବାହ ଦିନ ଏକ୍ସ ବୟଫ୍ରେଣ୍ଡ ସହ ଲୁଚି ପଳାଇଥିବା ଯେତିକି ଗୁରୁତ୍ୱପୂର୍ଣ୍ଣ ତା’ ଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ବର ମଦ ପିଇ ଆସିଥିଲେ ବୋଲି । ସାଧାରଣତଃ ଆମର ଧାରଣା ଯେ ପାଶ୍ଚାତ୍ୟ ଦେଶରେ ଲୋକଙ୍କ ମଦ ପିଇବା ଏକ ସାଧାରଣ କଥା । ହେଲେ ଆମେରିକାର ଏହି ଝିଅ ଜଣକ ବର ମଦ ପିଇ ଆସିଥିବାରୁ ବିବାହ ମଣ୍ଡପ ଛାଡ଼ି ଏକ୍ସ ବୟଫ୍ରେଣ୍ଡ ପଳାଇ ଯାଇଥିବା ଖବର ଚକିତ କରିଛି । କୌଣସି ବି ଦମ୍ପତିଙ୍କ ପାଇଁ ନିଜର ବିବାହ ଦିନ ଏକ ସ୍ପେସାଲ ଦିନ ଅଟେ । ଏହାକୁ ଅଧିକ ସ୍ମରଣୀୟ କରିବାକୁ ବର-କନ୍ୟା ବିଭିନ୍ନ ଉପାୟ ଆପଣେଇଥା’ନ୍ତି । ହେଲେ ଏହି ସ୍ପେଶାଲ ଡେ ଦିନ ଯଦି କୌଣସି ଅସୁବିଧା ହୁଏ ତାହା ସବୁ କନ୍ୟାଙ୍କୁ ହତୋତ୍ସାହିତ କରିଥାଏ । ଏପରି ଏକ ଘଟଣା ଘଟିଛି ଆମେରିକାରେ । ଯାହା ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଛି । ସୂଚନା ଅନୁଯାୟୀ, ଆମେରିକାର ମେରିଲାଣ୍ଡରେ ଏକ ବିବାହ ଉତ୍ସବ ଫିକା ପଡ଼ିଯାଇଥିଲା ଯେତେବେଳେ କନ୍ୟା ବିବାହ ମଣ୍ଡପ ଛାଡି ବୟଫ୍ରେଣ୍ଡ ସହ ଭାଗି ଚାଲିଯାଇଥିଲା । କାରଣ ଥିଲା ବର ମଦ ପିଇ ବିବାହ କରିବାକୁ ଆସିବା । ଏହା ଦେଖି କନ୍ୟା ରାଗି ଯାଇଥିଲେ ଓ ନିଜର ପୁରୁଣା ବୟଫ୍ରେଣ୍ଡ ସହ ପଳାଇ ଯାଇଥିଲେ । ଆମେରିକାର ଏହି ବର ଜଣକ ସିଏରିଆ ହୋଇଥିବା ବେଳେ କନ୍ୟା ଜଣକ ହେଲେ କାଏଲୀ । ବିବାହ ଉତ୍ସବ ଧୂମଧାମରେ ଚାଲିଥିବା ବେଳେ ବରକୁ ମଦ ପିଇଥିବା ହାଲତରେ ଦେଖି କାଏଲୀ ନିଜର ପୁରୁଣା ବୟଫ୍ରେଣ୍ଡ ସେମ୍‌ଙ୍କ ସହ ଫେରାର ହୋଇଯାଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *