ଗାର୍ଲଫ୍ରେଣ୍ଡ ଜିଦ୍ କରିବାରୁ ଦୋକାନ ଭାଙ୍ଗିଲା ପ୍ରେମିକ; ଆଉ ତା’ ପରେ କ’ଣ ଘଟିଲା ଜାଣିଲେ ମୁଣ୍ଡରେ ହାତ ଦେବେ….

ରାଜସ୍ଥାନ : ପ୍ରେମ ଏକ ଏଭଳି ଭୂତ, ଯାହା ଥରେ ମୁଣ୍ଡରେ ଚଢ଼ିଲେ ବ୍ୟକ୍ତି କିଛି କରିବା ପୂର୍ବରୁ ଥରେ ଚିନ୍ତା ବି କରେନି । ପ୍ରେମିକାର ଇଚ୍ଛାକୁ ପୂରଣ କରିବାକୁ ପ୍ରେମିକ ସବୁ କିଛି କରିବାକୁ ଆଗଭର ହୋଇଯାଏ । ତାହା କେତେ ଦୂର ଠିକ୍ ତା’ ବି ବୁଝେନି । ଏବେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ । ରାଜସ୍ଥାନର ଚିତ୍ରକୂଟନଗରର ଅବିନାଶ ନାମକ ଜଣେ ଯୁବକ ବିଳମ୍ବିତ ରାତିରେ ନିଜ ଗାର୍ଲଫ୍ରେଣ୍ଡଙ୍କ ଚକୋଲେଟ୍ ଖାଇବା ଜିଦ୍‌କୁ ପୂରା କରିବା ପାଇଁ କିଛି ଏମିତି କାଣ୍ଡ କଲେ ଯେ ଶେଷରେ ତାଙ୍କୁ ଜେଲର ହାୱା ଖାଇବାକୁ ପଡ଼ିଛି ।

ସୂଚନା ମୁତାବକ, ଅବିନାଶଙ୍କ ଗାର୍ଲଫ୍ରେଣ୍ଡ ଚକୋଲେଟ୍ ଖାଇବାକୁ ଜିଦ୍ କରିଥିଲା । ପ୍ରେମିକାର ଜିଦ୍ ପୂରଣ କରିବାକୁ ଅବିନାଶ ବିଳମ୍ବିତ ରାତିରେ ରାସ୍ତାରେ ଦୋକାନ ଖୋଜିଥିଲା । ମାତ୍ର ଦୋକାନ ବନ୍ଦ ଥିବାରୁ ସେ ନିରାଶ ହୋଇଥିଲା । ଶେଷରେ ବାଧ୍ୟ ହୋଇ ସେ ଏକ ଦୋକାନର ତାଲା ଭାଙ୍ଗି ୨୦ ହଜାର ଟଙ୍କାର ଚକୋଲେଟ୍ ଚୋରାଇ ନେଇଥିଲା । ଦୋକାନୀର କହିବାନୁସାରେ, ତାଙ୍କର ୭୦୦ ଚକୋଲେଟ୍ ଚୋରି ହୋଇଛି । ଅବିନାଶ ଚିତ୍ରକୂଟ ନଗରରେ ରୁହନ୍ତି । ଫ୍ରିଜ୍‌ରେ ଚକୋଲେଟ୍ ଥିବାର ସେ ପୂର୍ବରୁ ଜାଣିଥିଲେ । ପୋଲିସ ଚକୋଲେଟ୍ ଜବତ କରିବା ପରେ ସେଥିରେ ୫ଟି କମ୍ ଥିଲା ।

ସିସିଟିଭିରୁ ଜଣାଯାଇଛି ଯେ ଫ୍ରିଜ୍‌ରେ ୫ଟଙ୍କାରୁ ଆରମ୍ଭ କରି ୩୦୦ ଟଙ୍କା ପର୍ଯ୍ୟନ୍ତ ପ୍ରାୟ ୭୦୦ ଟି ଚକୋଲେଟ୍ ଥିଲା । ସବୁ ଚକୋଲେଟ୍ ଚୋରି ହୋଇଯାଇଛି । ଅଭିଯୁକ୍ତ ଦୋକାନ ବାହାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ମଧ୍ୟ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *