୧୦ ମାସରେ ପୁଲିସ ଧରିଛି ୧କେଜି ବ୍ରାଉନସୁଗର, ୩କେଜି ଗଞ୍ଜେଇ

ଖୋର୍ଦ୍ଧା: ଗତ ଫେବୃୟାରୀ ମାସ ଠାରୁ ଆଜି ମଧ୍ୟରେ ଅର୍ଥାତ ୧୦ମାସ ମଧ୍ୟରେ ଜିଲ୍ଲାପୁଲିସ ବିଭିନ୍ନ ଥାନା ଅଂଚଳରେ ଚଢାଉ କରି ୧କେଜି ୨୨୦ଗ୍ରାମ ବ୍ରାଉନସୁଗର ଏବଂ ୩୧୨କେଜି ଗଞ୍ଜେଇ ଜବତ ହୋଇଥିବା ଏସପି ରାଜକିଶୋର ଦୋରା ସୂଚନା ଦେଇଛନ୍ତି । ଜବତ ବ୍ରାଉନସୁଗର ର ମୂଲ୍ୟ ୧କୋଟିରୁ ଉର୍ଦ୍ଧ୍ୱ ହୋଇଥିବାବେଳେ ଗଞ୍ଜେଇର ମୂଲ୍ୟ ୬ଲକ୍ଷ୍ୟରୁ ଉର୍ଦ୍ଧ୍ୱ ହୋଇଥିବା କହିଥିଲେ । ଏହି ଘଟଣାରେ ପୁଲିସ ୩୮ଜଣଙ୍କୁ ଗିରଫ କରିଛି ।ସେମାନଙ୍କଠାରୁ ନଗଦ ୪ଲକ୍ଷ ୭୯ହଜାର ୯୨୦ଟଙ୍କା, ୮ଟି ଗାଡି ଏବଂ ୧୩ଟି ମୋବାଇଲ ଜବତ କରିଥିବା ଏସପି କହିଛନ୍ତି । ଜିଲ୍ଲାରେ ବିଭିନ୍ନ ଥାନା ଅଂଚଳକୁ ବେଆଇନ୍ ନିଶାକାରବାର ମୁକ୍ତ କରିବା ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ କରାଯାଉଛି । ଯେଉଁଠାରେ ବି ବେଆଇନଭାବେ ବ୍ୟବସାୟ ଚାଲିଥିବା ଅଭିଯୋଗ ଆସୁଛି ତା ଉପରେ ସଂଗେ ସଂଗେ ପଦକ୍ଷେପ ନିଆଯାଉଛି । ଆଗାମି ଦିନରେ ମଧ୍ୟ ପୁଲିସର ଚଢାଉ ବିଭିନ୍ନ ଥାନା ଅଂଚଳରେ ଜାରୀ ରହିବ ବୋଲି ଏସପି କହିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *