ବଦଳିଲା ବିପିୟୁଟି ପରୀକ୍ଷା ସୂଚୀ

ଭୁବନେଶ୍ୱର : ‘ୟାଶ’ ପାଇଁ ପରୀକ୍ଷା ସୂଚୀ ବଦଳାଇଲା ବିପିୟୁଟି । ମେ’ ୨୪ରୁ ଜୁନ୍ ୨ ମଧ୍ୟରେ ହେବାକୁ ଥିବା ପରୀକ୍ଷାକୁ ସୂଚୀକୁ ବଦଳାଇଲା ବିପିୟୁଟି । ଅନଲାଇନ ମୋଡରେ ହେବାକୁ ଥିବା ଏହି ପରୀକ୍ଷାଗୁଡିକ ସ୍ଥଗିତ ରଖାଯାଇଛି । ଏହାସହ ପରୀକ୍ଷା ପାଇଁ ସାନି ତାରିଖ ଘୋଷଣା କଲା ବିପିୟୁଟି । ଏହି ସେମିଷ୍ଟର ପରୀକ୍ଷା ଜୁନ୍ ୪ରୁ ୧୭ ମଧ୍ୟରେ ହେବ । ମେ ୨୪ ତାରିଖରେ ହେବାକୁ ଥିବା ପରୀକ୍ଷା ଜୁନ୍ ୪ରେ, ମେ ୨୫ରେ ହେବାକୁ ଥିବା ପରୀକ୍ଷା ଜୁନ୍ ୫ରେ, ମେ ୨୬ରେ ହେବାକୁ ଥବା ପରୀକ୍ଷା ଜୁନ୍ ୭, ମେ ୨୭ର ପରୀକ୍ଷା ଜୁନ୍ ୮ ରେ ହେବ । ମେ ୨୮ ର ପରୀକ୍ଷା ଜୁନ୍ ୯ରେ ହେବ, ମେ ୨୯ର ପରୀକ୍ଷା ଜୁନ୍ ୧୧ ରେ ହେବ । ମେ ୩୧ ପରୀକ୍ଷା ଜୁନ୍ ୧୨ ରେ ହେବ, ଜୁନ ୧ର ପରୀକ୍ଷା ଜୁନ୍ ୧୬ରେ ହେବ । ସେହିଭଳି ଜୁନ୍ ୨ରେ ହେବାକୁ ଥବା ସେମିଷ୍ଟର ପରୀକ୍ଷା ଜୁନ୍ ୧୬ କୁ ଘୁଞ୍ଚାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *