ନିରାଶ କଲେ ବକ୍ସର; କ୍ୱାର୍ଟରରେ ଝୁଣ୍ଟିଲେ

ନୂଆଦିଲ୍ଲୀ: ଟୋକିଓ ୨୦୨୦ରେ ଶନିବାର ଭାରତୀୟ ବକ୍ସର ନିରାଶ କରିଛନ୍ତି । କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ପୂଜାରାଣୀ(୭୫ କିଗ୍ରା) ପରାସ୍ତ ହୋଇ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବା ବେଳେ ଭାରତର ଶ୍ରେଷ୍ଠ ପଦକ ଆଶା ଅମିତ ପାଙ୍ଘଲ ଆଶ୍ଚର୍ଯ୍ୟ ଜନକ ଭାବେ ପ୍ରଥମ ରାଉଣ୍ଡରେ ପରାଜିତ ହୋଇଛନ୍ତି । ଶନିବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମୁକାବିଲାରେ ପୂଜା ୫-୦ରେ ଚୀନର ଲି କିଆନଙ୍କ ନିକଟରୁ ପରାଜିତ ହୋଇଛନ୍ତି । ଅଲିମ୍ପିକ ପଦାର୍ପଣରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ପୂଜା ଶନିବାର ମ୍ୟାଚରେ ସମ୍ପୂର୍ଣ୍ଣ ବିଚଳିତ ମନେ ହୋଇଥିଲେ । ପୂର୍ବତନ ବିଶ୍ୱ ଚାମ୍ପିୟନ୍ କିଆନ୍ ୫-୦ରେ ପୂଜାରାଣୀଙ୍କୁ ପରାସ୍ତ କରିଛନ୍ତି । ତେବେ ଶନିବାର ପାଙ୍ଘଲଙ୍କ ପରାଜୟ ଭାରତୀୟ ଫ୍ୟାନଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ରହିଥିଲା । ୫୨ କିଗ୍ରା ବର୍ଗରେ ବିଶ୍ୱ ମାନ୍ୟତାରେ ୧ ନମ୍ବର ସ୍ଥାନରେ ରହିଥିବା ପାଙ୍ଘଲ ଭାରତର ଅନ୍ୟତମ ପଦକ ଆଶାୟୀ ରହିଥିଲେ । ମାତ୍ର ରିଓ ରୌପ୍ୟ ପଦକ ବିଜେତାଙ୍କ ଆଗରେ ୧-୪ରେ ହାର ମାନିଛନ୍ତି ପାଙ୍ଘଲ । କଲମ୍ବିଆର ୟୁବେର୍ଜେନ ମାର୍ଟିନେଜଙ୍କ ନିକଟରୁ ପରାଜିତ ହୋଇ ନିରାଶ କରିଛନ୍ତି ପାଙ୍ଘଲ । ପ୍ରଥମ ରାଉଣ୍ଡରେ ପାଙ୍ଘଲଙ୍କ ପ୍ରଦର୍ଶନ ଦମଦାର ରହିଥିଲା ମାତ୍ର ପରବର୍ତ୍ତୀ ରାଉଣ୍ଡରେ ସମାନ ପ୍ରଦର୍ଶନ ଦୋହରାଇବାରେ ବିଫଳ ହୋଇଥିଲେ ପାଙ୍ଘଲ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *