ମଦ ପାଇଁ ବହି କିଣୁନାହାନ୍ତି ବାପା : କଇଁ କଇଁ ହୋଇ କାନ୍ଦି ବାପାର ଅବହେଳା କଥା କହିଲା ପୁଅ

ପାଟନା: ଶୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି କଇଁ କଇଁ ହୋଇ କାନ୍ଦୁଥିବା କୁନି ପୁଅର ଭିଡିଓ । ପିଲାଟି ବିହାରର ବୋଲି ଜଣାପଡ଼ିଥିବା ବେଳେ କୁନି ପୁଅଟି ସ୍କୁଲ ଶିକ୍ଷକଙ୍କ ଆଗରେ କାନ୍ଦି କାନ୍ଦି ନିଜ ଅସହାୟତାର କଥା କହୁଥିବା ଜଣାପଡ଼ିଛି । ଏ ଘଟଣା ବିହାର ରୋହତାସ୍ ଜିଲ୍ଲା ତିଲୌଥୁ ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲର ବୋଲି ଜଣାପଡ଼ିଛି । ଭିଡିଓ ଭାଇରାଲ ହେବା ପରେ ପିଲାଙ୍କୁ ପଢ଼ିବା ପାଇଁ ବହି ମିଳୁନଥିବା କଥା ସାମ୍ନାକୁ ଆସିଛି । ସ୍କୁଲର କିଛି ଛାତ୍ର ପଢ଼ିବା ପାଇଁ ବହିନଥିବା କଥା କହୁଥିବା ବେଳେ କୁନି ପୁଅଟି ମଧ୍ୟ ପଢ଼ିବାକୁ ବହିନଥିବା କହୁଛି । ଏଥିପାଇଁ ସେ ନିଜ ବାପାଙ୍କୁ ଦାୟୀ କରୁଥିବା ସୂଚନା ମିଳିଛି । ପିଲାଟି କହୁଛି ଯେ, ବାପା ବହି କିଣି ଦେଉନାହାଁନ୍ତି । ବହୁତ ଥର କହିଲିଣି ହେଲେ ଜମା କିଣି ଦେଉନାହାଁନ୍ତି । ସବୁଦିନ ମଦ ପିଇକି ଘରକୁ ଆସୁଛନ୍ତି । ବହି କିଣିବାକୁ କହିବାରୁ ରାଗୁଛନ୍ତି । କୁନି ଛାତ୍ରଜଣକ ବାରମ୍ବାର ଦୋହରାଉଥିବା ଦେଖାଯାଉଛି । ହେଲେ ପଛପଟେ ଛିଡା ହୋଇ ମୁହଁ ଟାଣ କରି ଓଲଟି ପୁଅ ଉପରେ ଦୋଷ ଲଦୁଛନ୍ତି ବାପା । ପୁଅ ମିଛ କହୁଛି ବୋଲି କହୁଛନ୍ତି କୁନି ଛାତ୍ରର ବାପା । ଏହି ସମୟରେ ଧାଡିରେ ଛିଡା ହୋଇଥିବା ଛାତ୍ରର ଭଉଣୀ ଭାଇକୁ ସମର୍ଥନ କରି କହୁଛି ଯେ, ନାଁ ସାର୍ ଭାଇ ବାପାଙ୍କୁ ବହି ଆଣିବାକୁ କହିଥିଲା । ହେଲେ ବାପା ଆଣୁନାହାଁନ୍ତି । ବାପା ସବୁବେଳେ ଘରକୁ ମଦ ପିଇ ଆସୁଛନ୍ତି’ । ଏହାପରେ ମଦୁଆ ବାପାଙ୍କୁ ତାଗିଦ କରୁଛନ୍ତି ଶିକ୍ଷକ । ବହି କିଣି ତୁରନ୍ତ ପିଲାଙ୍କୁ ଦେବାକୁ କହିବା ସହ ବହି ନକିଣିଲେ ଥାନାରେ ଅଭିଯୋଗ କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *