ପ୍ରାଇଭେଟ୍ ପାର୍ଟରେ ଫସିଗଲା ବୋମା, ତା’ପରେ କ’ଣ ଘଟିଲା ପୁରା ଘଟଣା ଜାଣନ୍ତୁ….

ଇଂଲଣ୍ଡ : ଦୁର୍ଘଟଣା କେତେବେଳେ କାହା ସହ କେଉଁ ସମୟରେ ଘଟିବ ତାହା କେହି ଜାଣନ୍ତି ନାହିଁ । ବେଳେ ବେଳେ ଏହି ଘଟଣା ଲୋକଙ୍କୁ ବି ଆଶ୍ଚର୍ଯ୍ୟ କରିଦିଏ । ତେବେ ବର୍ତ୍ତମାନ ସେଭଳି ଏକ ଘଟଣା ଘଟିଛି ଇଂଲଣ୍ଡରେ । ଏଠାରେ ଜଣେ ବ୍ୟକ୍ତିଙ୍କ ପ୍ରାଇଭେଟ୍ ପାର୍ଟରେ ବୋମା ଫସିଯାଇଛି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଉକ୍ତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ବମ୍ ସ୍କ୍ୱାର୍ଡ ହସ୍ପିଟାଲରେ ପହଞ୍ଚି ବମ୍‌କୁ ଡିଫ୍ୟୁଜ୍ କରିଛନ୍ତି । ଫଳରେ ଅଳ୍ପକେ ବଞ୍ଚିଯାଇଛି ବ୍ୟକ୍ତିଙ୍କ ଜୀବନ । ଏହି ଘଟଣା ଡିସେମ୍ବର ୨ର ବୋଲି କୁହାଯାଉଛି । ବ୍ୟକ୍ତି ହସ୍ପିଟାଲରେ ଆଡମିଟ୍ ହେବା ପରେ ଡାକ୍ତର ବି ପ୍ରଥମେ ବୁଝିପାରିନଥିଲେ ଏସବୁ କ’ଣ ହୋଇଛି । ତେବେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ଜଣେ ମିଲିଟାରୀ ସଦସ୍ୟ ଥିଲେ ବୋଲି ଜଣାଯାଇଛି । ଘର ସଫା କରୁଥିବା ବେଳେ ସେ ଘରେ ଥିବା ଏହି ବୋମା ଉପରେ ଖସିପଡ଼ିଥିଲେ । ଫଳରେ ବୋମାଟି ତାଙ୍କ ଯୌନାଙ୍ଗରେ ପଶି ଯାଇଥିଲା । ବୋମା ପଶିଯିବା ପରେ ଯନ୍ତ୍ରଣାରେ ସେ ଚିତ୍କାର କରିଥିଲେ ।

ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଇଭେଟ୍ ପାର୍ଟରୁ ବାହାର କରାଯାଇଥିବା ବମ୍ ରୟାଲ ଆର୍ଟିଲରୀ ପକ୍ଷରୁ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ବ୍ୟବହାର କରାଯାଇଥିଲା । ପରେ ଏହା ଉତ୍ତର ଆଫ୍ରିକାରେ ବ୍ରିଟିଶ୍ ଟ୍ୟାଙ୍କସ୍‌ରେ ବି ବ୍ୟବହୃତ ହୋଇଥିଲା । ଏହାର ଆକାର ୧୭୦ ମିମି ଲମ୍ବା ଓ ୫୭ ମିମି ଗୋଲାକାର ଥିଲା । ବ୍ୟକ୍ତି ଜଣକ ଘର ସଫେଇ କରୁଥିବା ବେଳେ ଏହି ବୋମାକୁ କାନ୍ଥ କଡ଼ରେ ରଖିଥିଲେ । କିନ୍ତୁ ଏହି ସମୟରେ ସେ ଯେଉଁ ଚେୟାରରେ ଚଢ଼ି ସଫା କରୁଥିଲେ ତାହା ଖସିଯାଇଥିଲା । ଫଳରେ ବ୍ୟକ୍ତି ଜଣକ ସିଧା ଯାଇ ପଡ଼ିଥିଲେ ବୋମା ଉପରେ । ଫଳରେ ବୋମାଟି ତାଙ୍କ ପ୍ରାଇଭେଟ୍ ପାର୍ଟରେ ପଶିଯାଇଥିଲା । ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପରେ ଡାକ୍ତର ଏହା ବୋମା କି ନାହିଁ ସ୍ପଷ୍ଟ ହେବାକୁ ବୋମା ନିରୋଧୀ ଟିମ୍‌କୁ ଡାକିଥିଲେ । ପରେ ସ୍ଥାନୀୟ ପୋଲିସ ହସ୍ପିଟାଲରେ ପହଞ୍ଚିଥିଲା । ପ୍ରାଇଭେଟ୍ ପାର୍ଟରୁ ବୋମା ବାହାର କରିବା ପରେ ବମ୍‌କୁ ଡିଫ୍ୟୁଜ୍ କରାଯାଇଥିଲା । ତେବେ ସୁସ୍ଥ ହେବା ପରେ ବ୍ୟକ୍ତିଙ୍କୁ ହସ୍ପିଟାଲରୁ ଘରକୁ ପଠାଯାଇଛି । କିନ୍ତୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି ସମୟ ଲାଗିବ । ଏହି ଘଟଣାଟି ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *