ଟିକାକରଣ ବ୍ୟାପକ କଲା ବିଏମସି : ୧୦ହଜାର ଗର୍ଭବତୀ କଲେ ପଞ୍ଜୀକରଣ

ଭୁବନେଶ୍ୱର: ଗର୍ଭବତୀ ମହିଳାଙ୍କ ଟିକାକରଣକୁ ବ୍ୟାପକ କଲା ବିଏମସି । ବିଏମସି ଅଞ୍ଚଳରେ ମୋଟ ୧୦ହଜାରରୁ ଅଧିକ ଗର୍ଭବତୀ ମହିଳାଙ୍କ ଟିକାକରଣ ନେଇ ହୋଇଛି ପଞ୍ଜିକରଣ । ସମସ୍ତଙ୍କୁ ଦୁଇଟି ଡୋଜ୍ ଟିକା କିଭଳି ଦିଆଯିବ ସେଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପୂର୍ବରୁ ଅର୍ଥାତ୍ ଗତ ୧୫ତାରିଖରୁ କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସ୦ ରେ ଯଦିଓ ଗର୍ଭବତୀଙ୍କ ଟିକାକରଣ ଆରମ୍ଭ ହୋଇସାରିଛି ତଥାପି ବର୍ତ୍ତମାନ ଭୁବନେଶ୍ବରର ସମସ୍ତ ପୌର ଓ ସରକାରୀ ହସ୍ପିଟାଲରେ ଏହି ବ୍ୟବସ୍ଥା କରାଯାଇଛି । ତେବେ ସପ୍ତାହର ଦୁଇ ଦିନ ହେବ ଗର୍ଭବତୀଙ୍କ ପଞ୍ଜିକରଣ । ବୁଧବାର ଓ ଶନିବାଦ ଦୁଇ ଦିନ କେବଳ ଦିନ ୧୧ଟା ଠାରୁ ୧ଟା ପର୍ଯ୍ୟନ୍ତ ଟିକାକରଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଗର୍ଭବତୀଙ୍କ ଟିକାକରଣରେ ନିୟୋଜିତ ହେଉଥିବା ଏଏନ୍ଏମ୍, ନର୍ସ ଓ ଆଶାକର୍ମୀଙ୍କୁ ଏଥିପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି । ଗର୍ଭବତୀଙ୍କୁ ଯେଭଳି କୌଣସି ଟିକାକେନ୍ଦ୍ରରେ ଧାଡିରେ ଅପେକ୍ଷା କରିବାକୁ ପଡିବ ନାହିଁ ସେଥିପାଇଁ ସ୍ବତନ୍ତ୍ର ନଜର ରଖାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *