ବଦଳିଲା ବିଏମ୍‌ସି ଗାଇଡ୍‌ଲାଇନ୍ : ଶୀତ ଋତୁ ନହେଁ ଅକ୍ଟୋବର ଶେଷ ଯାଏଁ ବଳବତ୍ତର କଟକଣା

ଭୁବନେଶ୍ୱର : ଦିନର ଗୋଟିଏ ପ୍ରହର ବିରୋଧ ପ୍ରତିବାଦ ପରେ ସନ୍ଧ୍ୟାରେ ଗାଇଡ୍‌ଲାଇନ୍ ବଦଳାଇଛି ବିଏମ୍‌ସି । ଗତ ୪ ତାରିଖରେ ଜାରି ହୋଇଥିବା ଗାଇଡଲାଇନ୍‌କୁ ସାମାନ୍ୟତମ ପରିବର୍ତ୍ତନ କରାଯାଇଥିବା ନଜରକୁ ଆସିଛି । ପୂର୍ବ ନିଷ୍ପତ୍ତି ଅନୁଯାୟୀ ବିବାହ, ବ୍ରତ, ଶୁଦ୍ଧିକ୍ରିୟା ସହ ସରକାରୀ ତଥା ବେସରକାରୀ ଦପ୍ତର ଏବଂ ବ୍ୟବସାୟିକ କାର୍ଯ୍ୟକ୍ରମରେ ମଧ୍ୟ ୫୦ ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି । ଏକକାଳୀନ ଗୋଟିଏ ସ୍ଥାନରେ ୫୦ ଜଣ ଉପସ୍ଥିତ ରହିପାରିବେ । ଖୋଲାସ୍ଥାନରେ ହେଉ କି ଆବଦ୍ଧ ମଣ୍ଡପ ସବୁଠି ଏକକାଳୀନ ୫୦ ରହିପାରିବେ । ନିଜ ନିଜ ମଧ୍ୟରେ ୬ ଫୁଟ୍‌ର ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିବାବେଳେ ପୂର୍ବରୁ କେବଳ ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟା ପରି ସାମାଜିକ କାର୍ଯ୍ୟରେ କଟକଣା ଜାରି କରାଯାଇଥିଲା । ଏବେ ସମସ୍ତ ସାମାଜିକ ତଥା ଦପ୍ତର ଓ ବ୍ୟବସାୟିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ କଟକଣା ଲାଗିଛି ।

ଏଥିସହ ନୂଆ କରି ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଶୀତ ଋତୁ ପାଇଁ ନୁହେଁ ବରଂ ଅକ୍ଟୋବର ଶେଷ ଯାଏଁ ଏହା ବଳବତ୍ତର ରହିବ ବୋଲି ପ୍ରକାଶ ପାଇଛି ।
ରାଜ୍ୟ ସରକାରଙ୍କ ନଭେମ୍ବର ଗାଇଡ୍‌ଲାଇନ୍ ଆସିବା ପରେ ନଭେମ୍ବର ପାଇଁ ନୂଆ ଗାଇଡ୍‌ଲାଇନ୍ ପ୍ରକାଶ ପାଇବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ଶୀତ ଦିନେ କରୋନା ସଂକ୍ରମଣ ବଢିବାର ଆଶଙ୍କା ଥିବାରୁ ସୋମବାର ବିଏମ୍‌ସି ପକ୍ଷରୁ ନୂତନ ଗାଇଡ୍‌ଲାଇନ୍ ଜାରି କରାଯାଇଥିଲା । ଏଥିରେ ବିବାହ, ବ୍ରତଘର ଏବଂ ଶୁଦ୍ଧିକାର୍ଯ୍ୟରେ ସର୍ବାଧିକ ୫୦ ଜଣ ଲୋକ ସାମିଲ ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଏନେଇ ପ୍ରତିବାଦ ସ୍ୱର ଉଠିବା ପରେ ବିଏମ୍‌ସି ଦ୍ୱାରା ଏହି ନିୟମକୁ ପରିବର୍ତ୍ତନ କରାଯାଇଛି । ବାକି ସମସ୍ତ ନିୟମ ପୂର୍ବ ପରି କାର୍ଯ୍ୟକ୍ଷମ ରହିବ ବୋଲି ଚିଠି ସଂଖ୍ୟା ୭୪୫୦୦ରେ ପ୍ରକାଶ କରାଯାଇଛି ।

ତେବେ କାର୍ଯ୍ୟକ୍ରମ ହେଉଥିବା ମଣ୍ଡପ, ହୋଟେଲ୍ ଆଦିର ବେଶ ସ୍ଥାନରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରିବା, ଖାଇବା ସମୟକୁ ଛାଡି ଅନ୍ୟ ସମୟରେ ମାସ୍କ ପିନ୍ଧିବା, ଗର୍ଭବତୀ, ବୟସ୍କ ବ୍ୟକ୍ତି ଓ ୧୦ ବର୍ଷରୁ କମ୍ ବୟସ୍କ ଶିଶୁଙ୍କୁ ଏ ସବୁ ସ୍ଥାନକୁ ନ ନେବା ପାଇଁ ନିର୍ଦ୍ଦେଶ ରହିଛି । ସେହିପରି କୌଣସି ଗାଇଡ୍‌ଲାଇନ ଉଲଂଘନ ହେଲେ ଆୟୋଜକ, ହଲ୍‌, ମଣ୍ଡପ ମାଲିକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ କରାଯିବା ନେଇ ନିର୍ଦ୍ଦେଶ ରହିଛି । 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *