ସ୍ୱାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ

ଦେବଗଡ (ନିଲେଶ ନାୟକ) : ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ନୂଆଁପଡା ସ୍ଥିତ ସ୍ୱାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଦେବଗଡ଼ ତଥା ରାଜ୍ୟ ମୌଳିକ ଅଧିକାର ବ୍ୟୁରୋର ଅଧ୍ୟକ୍ଷା ଅରୁନ୍ଧତୀ କୁମାରୀ ଦେବୀ ଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଉକ୍ତ ଶିବିରରେ ୩୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ରାଣୀ ମା’ ତାଙ୍କ ଭାଷଣ ମାଧ୍ୟମରେ ଉଦବୋଧନ ଦେଇ କହିଥିଲେ ଯେ ରକ୍ତଦାନ ଏକ ମହତ ପୁର୍ଣ୍ୟ ଏବଂ ଯୁବା ସମୟରୁ ନିର୍ଭିକ ହୋଇ ସମାଜରେ ସାମିଲ ହେବା ଉଚିତ ।

ମହାବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ରୋହିତ କୁମାର ଦାଶ ଉକ୍ତ ଶିବିରରେ ଉପସ୍ଥିତ ରହି ରକ୍ତଦାନ ଦ୍ୱାରା ସୁସ୍ଥ ଓ ସୁନ୍ଦର ସଂସାର ଗଠନରେ ସମସ୍ତେ ସାମିଲ ହୋଇ ଦୃଢ଼ରୂପେ ଗ୍ରହଣ କଲେ ସୁସଭ୍ୟ ମାନବ ସମାଜ ନିର୍ମାଣ ହୋଇପାରିବ ।

ଦେବଗଡ଼ ଜିଲ୍ଲା ରକ୍ତ ଭଣ୍ଡାର କର୍ମକର୍ତ୍ତା ମାନଙ୍କ ସହିତ ସ୍ୱାସ୍ଥ୍ୟ ସଂଯୋଜକ ଶ୍ରୀଯୁକ୍ତ ମଳୟ କୁମାର ବେହେରା ଉକ୍ତ ରକ୍ତ ଗ୍ରହଣ କାର୍ଯ୍ୟରେ ସହଯୋଗ କରିଥିଲେ । ଅଧ୍ୟକ୍ଷା ଏବଂ ଛାତ୍ରଛାତ୍ରୀମାନେ ରକ୍ତଦାନ କରିଥିଲେ । ଉକ୍ତ ଶିବିରକୁ ଜାତୀୟ ସେବା ଯୋଜନା ଓ ରେଡକ୍ରସ ଆନୁକୂଲ୍ୟରେ ସଂପାଦିତ ହେଲା । ଏହାକୁ ଅଧ୍ୟାପକ ବୁଦ୍ଧଦେବ ପ୍ରଧାନ ଅଭୟ କୁମାର ସାହୁ, ଯଦୁମଣି ସାହୁ, ଉମାକାନ୍ତ ସାହୁ , ରଘୁନାଥ ରାଉତ, ମାନସ ରଞ୍ଜନ ମହାପାତ୍ର, ଲକ୍ଷ୍ମୀପ୍ରୀୟା ସାହୁ , ଭଦ୍ରମଣି ମାଝୀ ଓ ତ୍ରୀପୁର ମୋହନ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *