ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର: ଲକ୍‌ଡାଉନ୍‌ ସମୟରେ ରକ୍ତ ଅଭାବ ଦେଖାଦେଇଛି । ରକ୍ତଦାନ ଶିବିର ଜରିଆରେ ରକ୍ତ ସଂଗ୍ରହ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଛାତ୍ର ବିଜେଡି ପକ୍ଷରୁ ମାସେ ବ୍ୟାପୀ ରକ୍ତଦାନ ଶିବିର ଆରମ୍ଭ ହୋଇଛି । ଦୈନିକ ୨୦ରୁ ୨୫ ୟୁନିଟ୍ ରକ୍ତ ସଂଗ୍ରହ କରି ୧୩ହଜାର ୟୁନିଟ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଦେବୀ ମିଶ୍ର, ଦେବୀ ତ୍ରିପାଠୀ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରକ୍ତଦାତାଙ୍କକୁ ଉତ୍ସାହିତ କରିଥିଲେ । କୋଭିଡ ନିୟମ ମାନି ରକ୍ତଦାନ ଶିବିର ଆୟୋଜନ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତଥର ନିର୍ଦ୍ଦେଶ ଦେଇଥିଲେ ଓ ଏଥର ବି ନିର୍ଦ୍ଦେଶ ଦେଇଛନ୍ତି ଯେ ଓଡ଼ିଶା ମୋ ପରିବାର ତରଫରୁ ହାତକୁ ନିଆଯାଇଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ବ୍ଲକ ଓ ପଞ୍ଚାୟତ ସ୍ତରରେ କୋଭିଡ ନିୟମ ଅନୁସାରେ ଆୟୋଜନ କରାଯିବ । 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *