ରାଜ୍ୟରେ ବଢ଼ୁଛି ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ

ସମ୍ବଲପୁର: ବୁର୍ଲା ଭିମସାରରେ ପୁଣି ବ୍ଲାକ୍ ଫଙ୍ଗସ ରୋଗୀ ଚିହ୍ନଟ। ଭିମସାରରୁ ୩ ଜଣ ବ୍ଲାକ ପଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି। ସେମାନଙ୍କୁ ଭିମସାରର ସ୍ୱତନ୍ତ୍ର ବିଭାଗରେ ଚିକିତ୍ସା କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ଭିମସାର ଅଧିକ୍ଷକ ପ୍ରଫେସର ଡାକ୍ତର ଲାଲମୋହନ ନାୟକ। ପୂର୍ବରୁ ବ୍ଲାକ୍ ଫଙ୍ଗସରେ ବୁର୍ଲା ଭିମସାରରେ ୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା ୨୪ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଇଏନ୍‌ଟି ବିଭାଗ, ମେଡିସିନ୍ ଏବଂ ଚକ୍ଷୁ ବିଭାଗର ଏକ ସ୍ୱତନ୍ତ୍ର ଓ୍ୱାର୍ଡରେ ଏହି ରୋଗୀଙ୍କ ଚିକିତ୍ସା ଚାଲିଛି। ତେବେ ଆଜି ପୁଣି ୩ ଜଣ ବ୍ଲାକ ପଙ୍ଗସ ରୋଗୀ ଚିହ୍ନଟ ହେବା ପରେ ସେମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା କରାଯାଉଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *