ସାବଧାନ : ଏବେ କରୋନା ନୁହେଁ, ଏହି ରୋଗୀଙ୍କଠାରେ ଦେଖାଦେଉଛି ବ୍ଲାକ୍ ଫଙ୍ଗସ୍‌

ଇନ୍ଦୋର: ଡେଙ୍ଗୁକୁ ନେଇ ସରକାର ଚିନ୍ତାଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ସଙ୍କଟ । କରୋନା ପରେ ଯେଉଁ ବ୍ଲାକ୍ ଫଙ୍ଗସ୍ ହଇଚଇ ସୃଷ୍ଟି କରିଥିଲା, ତାହା ପୁଣି ଫେରୁଥିବାର ଦେଖିବାକୁ ମିଳିଛି । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ, ବ୍ଲାକ୍ ଫଙ୍ଗସ୍ ଏବେ କରୋନା ନୁହେଁ, ବରଂ ଡେଙ୍ଗୁ ରୋଗୀଙ୍କଠାରେ ଦେଖିବାକୁ ମିଳିଛି । ଏହି ନୂଆ ମାମଲା ଇନ୍ଦୋରରେ ୫୦ ବର୍ଷୀୟ ଆକ୍ରାନ୍ତଙ୍କଠାରେ ଦେଖିବାକୁ ମିଳିଛି । ଧାର ଜିଲ୍ଲାର ଏହି ରୋଗୀ ପ୍ରାୟ ସପ୍ତାହ ପୂର୍ବରୁ ସୁସ୍ଥ ହୋଇଥିଲେ, ଏବେ ତାଙ୍କଠାରେ ମ୍ୟୁକୋରମାଇକୋସିସ ଲକ୍ଷଣ ଦେଖିବାକୁ ମିଳିଛି । ତେବେ ଇନ୍ଦୋରରୁ ଏହି ମାମଲା ପ୍ରଥମଥର ପାଇଁ ସାମ୍ନାକୁ ଆସିଛି । ରୋଗୀ ପ୍ରଥମେ ଡେଙ୍ଗୁ ଓ ପରେ ବ୍ଲାକ୍ ଫଙ୍ଗସରେ ପୀଡିତ ହେଲେ । ବ୍ଲାକ ଫଙ୍ଗସ ଚିହ୍ନଟ ପରେ ସେହି ବ୍ୟକ୍ତିଙ୍କୁ ୧୫ ଅକ୍ଟୋବରରେ ଇନ୍ଦୋର ଚୋଇଥରାମ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାର ଠିକ୍ ସପ୍ତାହେ ପୂର୍ବରୁ ସେ ଡେଙ୍ଗୁକୁ ହରାଇଥିଲେ । ସଂକ୍ରମଣ କାରଣରୁ ତାଙ୍କୁ କ୍ଲିଅର ଦେଖାଯିବାରେ ଅସୁବିଧା ହେଉଛି । କିନ୍ତୁ ସେ ଏବେ ପୂର୍ବ ଅପେକ୍ଷା ସୁସ୍ଥ ହେବାରେ ଲାଗିଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *