ପିପିଲିରେ ପରାଜୟ: କାରଣ କହିଲେ ବିଜେପି ନେତା ଖାରବେଳ ସ୍ୱାଇଁ
ଭୁବନେଶ୍ୱର: ପିପିଲି ପରାଜୟ ପରେ ବିଜେପି ନେତା ଖାରବେଳ ସ୍ୱାଇଁଙ୍କ ପ୍ରତିକ୍ରିୟା । ବିଜେଡିକୁ ହରାଇବାକୁ ବିଜେପି ପାଖରେ ବିକଳ୍ପ ବ୍ୟବସ୍ଥା ନାହିଁ । ତେଣୁ ଓଡ଼ିଶାରେ ବିଜେପି ବାରମ୍ବାର ବିଫଳ ହେଉଛି । ଏହାର କାରଣ ଖୋଜିବାର ଆବଶ୍ୟକତା ରହିଥିବା କହିଛନ୍ତି ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ । ବିଜେପି ୭୬ ହଜାର ଭୋଟ ପାଇଥିବାବେଳେ ଗତ ନିର୍ବାଚନ ଠାରୁ ମଧ୍ୟ ଅଧିକ ଭୋଟ ପାଇଛି । ତଥାପି ଦଳର ସମନ୍ୱୟ ଅଭାବ ହିଁ ବିଜେପିକୁ ପରାଜୟ ମୁହଁକୁ ଠେଲି ଦେଇଥିବା କହିଛନ୍ତି ଖାରବେଳ । ସେପଟେ ଓଡ଼ିଶାରେ ବିଜେପି କାହିଁକି ହାରୁଛି, କେନ୍ଦ୍ରୀୟ ନେତା ସମୀକ୍ଷା କରନ୍ତୁ ବୋଲି ବିଜେପି ନେତା ଖାରବେଳ ସ୍ବାଇଁ କହିଛନ୍ତି ।