ଏଣିକି ଡିଜିଟାଲ ଲଢ଼େଇ ଲଢ଼ିବ ବିଜେଡି

ଭୁବନେଶ୍ୱର: ଅପପ୍ରଚାର ରୋକିବାକୁ ଭିଡ଼ିଲେ ଅଣ୍ଟା । ଏଣିକି ଡିଜିଟାଲ ଲଢ଼େଇ ଲଢ଼ିବ ବିଜେଡି । ବିରୋଧୀଙ୍କ ଅପପ୍ରଚାରକୁ ଡିଜିଟାଲ ମାଧ୍ୟମରେ କଡ଼ା ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସାରା ରାଜ୍ୟରେ ଯୁବ ଓ ଛାତ୍ର ବିଜେଡି ସଦସ୍ୟଙ୍କୁ ଟ୍ରେନିଂ ଦିଆଯିବ । ଏଥିପାଇଁ ପଶ୍ଚିମ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ କରାଯାଇଛି । କାରଣ ସେଠାରେ ରାଜ୍ୟ ସରକାରଙ୍କ ବିରୋଧରେ ଜାତୀୟ ଦଳ ଅଧିକ ମିଥ୍ୟା ପ୍ରଚାର କରୁଥିବା ରିପୋର୍ଟ ମିଳିଛି । ନିରବରେ ଆଉ ଶୁଣାଯିବନି ନିନ୍ଦା । ସୋସିଆଲ ମିଡିଆରେ ଆଉ ସାଇଲେଣ୍ଟ ରହିବନି ବିଜେଡି । ସରକାରଙ୍କୁ ଘେରିଲେ ଦିଆଯିବ ଉଚିତ୍ ଜବାବ । ବିଜେଡି କରିବ ଡିଜିଟାଲ ୱାର୍ । ଧାନ କିଣା, ମଣ୍ଡି ସମସ୍ୟା, ଦାଦନ ସମସ୍ୟା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଏପରି କିଛି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବିରୋଧୀ ସୋସିଆଲ ମିଡଆରେ ବାରମ୍ବାର ଅପପ୍ରଚାର କରୁଛନ୍ତି । ଏହାକୁ ରୋକିବାକୁ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଡିଜିଟାଲ ପ୍ଲାଟଫର୍ମରେ ମାର୍ଜିତ ଢଙ୍ଗରେ ଜବାବ ଦେବେ ଯୁବ ଓ ଛାତ୍ର ବିଜେଡି । ପ୍ରତି ବ୍ଲକରୁ କର୍ମୀ ବାଛି ଜିଲ୍ଲା ମୁଖ୍ୟାଳୟରେ ଟ୍ରେନିଂ ଦିଆଯିବ । ପଶ୍ଚିମ ଓଡ଼ିଶାରୁ ଅଧିକ ଅପପ୍ରଚାର ଓ ଗୁଜବ ଅଭିଯୋଗ ଆସୁଥିବାରୁ ଏହି ଅଞ୍ଚଳକୁ ଅଧିକ ଫୋକସ କରାଯାଇଛି । ଆସନ୍ତା ଅକ୍ଟୋବର ୭ରୁ ୧୦ ଯାଏଁ ଦେବଗଡ଼, ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ହେବ ଡିଜିଟାଲ କର୍ମଶାଳା । ଯୁବ ଓ ଛାତ୍ରର ଜଣେ ଲେଖାଏ କର୍ମୀ ବୁଲି ବୁଲି ଏହାର ସଂଯୋଜନା କରିବେ । ୨୦୧୬ ପରଠାରୁ ବିଭିନ୍ନ ରାଜେନୖତିକ ଦଳ ଡିଜିଟାଲ ପ୍ଲାଟଫର୍ମରେ ଲଢେଇ ଆରମ୍ଭ କରିଛନ୍ତି । ହେଲେ କିଛି ନିର୍ଦ୍ଦିଷ୍ଟ ଜାତୀୟ ଦଳ ସୀମା ପାରି କରୁଥିବା ଲକ୍ଷ୍ୟ କରାଯାଉଛି । ଏ ନେଇ କଡ଼ା ଆଇନ୍ ଥିଲେ ମଧ୍ୟ ସେମାନେ ଖାତିର କରୁ ନାହାଁନ୍ତି । ହେଲେ ବିଜେଡି ଆଇନ୍ ଅନୁସାରେ ଡିଜିଟାଲ ପ୍ଲାଟଫର୍ମକୁ ବ୍ୟବହାର କରିବ । ଏପରିକି ଆସନ୍ତା ପଞ୍ଚାୟତ ନିର୍ବାଚନରୁ ସକ୍ରିୟ ଭାବେ ଚାଲିବ ଡିଜିଟାଲ ୱାର୍ । ବିଜେଡିକୁ ଡିଜିଟାଲ ମାଧ୍ୟମରେ ଯୋଡ଼ିବାକୁ ପ୍ରତି ଜିଲ୍ଲାର ଲୋକପ୍ରିୟ ବ୍ୟକ୍ତିଙ୍କୁ ଇନଫ୍ଲୁଏନ୍ସର ଭାବେ ବାଛିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କ ଜରିଆରେ ବିଜେଡିର ସୋସିଆଲ ମିଡିଆ କାର୍ଯ୍ୟକ୍ରମକୁ ପ୍ରସାର କଲେ ଅଧିକ ଲୋକଙ୍କ ପାଖରେ ପହଞ୍ଚି ହେବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *