ନକଲି ଔଷଧ କାରବାର ନେଇ କେନ୍ଦ୍ରୀୟ ଔଷଧ ଏଜେନସିକୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ୱର: ନକଲି କରୋନା ଔଷଧ କାରବାର ପ୍ରସଙ୍ଗ। କେନ୍ଦ୍ରୀୟ ଏଜେନସିକୁ ଟାର୍ଗେଟ କଲା ବିଜେଡି। ଦେଶବ୍ୟାପୀ ନକଲି ଔଷଧ କାରବାରକୁ ନେଇ ବିଜେଡି ସାଂସଦ ସୁବାସ ସିଂ କେନ୍ଦ୍ରୀୟ ଏଜେନସିକୁ ଟାର୍ଗେଟ କରିଛନ୍ତି। ବହୁ ଆଗରୁ କେନ୍ଦ୍ରୀୟ ଏଜେନସି ନକଲି ଔଷଧ କାରବାରର ଯାଞ୍ଚ କରିବାର ଥିଲା ବୋଲି କହିଛନ୍ତି ବିଜେଡି ସାଂସଦ ସୁବାସ ସିଂ। କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସାରା ଦେଶ ଲାଗି ଏକ ଉଦାହରଣ ବୋଲି ବିଜେଡି କହିଛି। କରୋନା ଭଳି ଭୟଙ୍କର ସ୍ଥିତିରେ ନକଲି ଔଷଧ କାରବାର ଅତ୍ୟନ୍ତ ନିନ୍ଦନୀୟ। ଯାହାର ପର୍ଦ୍ଦଫାସ କରିବା ପାଇଁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଥିବା କହିଲେ ବିଜେଡି ସାଂସଦ ସୁବାସ ସିଂ। ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ହିମାଚଳ ପ୍ରଦେଶ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ମଧ୍ୟ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରି ନକଲି ଔଷଧ କାରବାରର ତୃଣମୂଳ ସ୍ତର ଯାଏ ପହଞ୍ଚିବ ବୋଲି ଆଶା ରଖିଛି ଦଳ। ସେପଟେ ନକଲି ଔଷଧ ପ୍ରସ୍ତୁତିର ସ୍ଥାନ ହିମାଚଳପ୍ରଦେଶ ଓ ଉତ୍ତରପ୍ରଦେଶ ଏହାର ଟେର୍‌ ପାଇ ନ ଥିବାବେଳେ ଓଡ଼ିଶା ସରକାର ଏ ନେଇ ଏକ ବଡ଼ ଉଦାହରଣ ସାଜିଛନ୍ତି ବୋଲି ସୁବାସ କହିଛନ୍ତି। ନକଲି ମେଡିସିନ୍ ନେଇ ପ୍ରତିକ୍ରିୟା ରଖିଲା କଂଗ୍ରେସ। ନକଲି ମେଡିସିନ୍ କୁଆଡେ ଆସୁଛି, କେଉଁଠି ବ୍ୟବହାର ହୋଇଛି ତାର ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *