ପରାଜୟର ବାହାନା ଖୋଜୁଛି ବିଜେପି : ବିଜେଡି

ଭୁବନେଶ୍ୱର: ନିର୍ବାଚନ ସମୟ ଯେତିକି ନିକଟତର ହେଉଛି, ରାଜନୈତିକ ପାରଦ ସେତିକି ବଢିବାରେ ଲାଗିଛି । ଆରୋପ ପ୍ରତ୍ୟାରୋପ ମଧ୍ୟ ପଛରେ ପଡିନି । ପିପିଲି ରାଜନୀତିରେ ହିଂସା ମଧ୍ୟ ମୁଣ୍ଡ ଟେକିବାରେ ଲାଗିଛି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛି ବିଜେଡ଼ି । ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, ପିପିଲି ଉପନିର୍ବାଚନରେ ବିଜେପି ନିଜର ଶୋଚନୀୟ ପରାଜୟ ହେଉଥିବା ଦେଖି ବିବ୍ରତ ଓ ହତାଶ ହୋଇ ପଡିଛି । ଅଭ୍ୟାସଗତ ଭାବରେ ମିଥ୍ୟା ଅଭିଯୋଗ କରିବା ସହ ପ୍ରତିଦିନ ସାମ୍ବାଦିକ ସମିଳନୀ କରି ଓ ନିର୍ବାଚନ କମିଶନକୁ ଯାଇ ନିଜର ପରାଜୟ ପାଇଁ ବାହାନା ଖୋଜୁଛି ଓ ଦର୍ଶାଉଛି ।

ବିଜେପି ପ୍ରତିଦିନ ଏହି ପ୍ରକାର ଭାବରେ ନାଟକ ଓ ଡ୍ରାମାବାଜି କରି ଅଭ୍ୟାସଗତ ଭାବରେ ଅସତ୍ୟ ଓ ମିଥ୍ୟା ବକ୍ତବ୍ୟ ଦ୍ବାରା ଅପପ୍ରଚାରରେ ମାତିଥିବା କହିଛନ୍ତି ଶ୍ରୀମୟୀ ମିଶ୍ର। ସେହିପରି ସେ କହିଛନ୍ତି, ବିଜେପି କର୍ମୀଙ୍କ ପାଖରୁ ପଚାଶ ଲକ୍ଷ ଟଙ୍କା ଧରାପଡ଼ିବା, ବିଜେପି କର୍ମୀଙ୍କ ଦ୍ବାରା ମନ୍ତ୍ରୀ ସୁଶାନ୍ତ ସିଂହକୁ ଆକ୍ରମଣ କରିବା , ବିଜେଡି କର୍ମୀଙ୍କୁ ଆକ୍ରମଣ କରିବା ଓ ତାଙ୍କ ପରିବାର ବର୍ଗଙ୍କ ସହ ଅଶାଳୀନ ଆଚରଣ କରିବା ପରେ ମଧ୍ୟ ବିଜେପିର ମୁହଁକୁ ଲଜ୍ୟା ନାହିଁ ବୋଲି କହିଛନ୍ତି ।

ସେହିପରି ଶ୍ରୀମୟୀ କହିଛନ୍ତି, ୨୦୧୪ ଏବଂ ୨୦୧୯ ମସିହାରେ ଓଡ଼ିଶା ନିର୍ବାଚନରେ ମଧ୍ୟ ବିଜେପି ସମାନ ଭାବରେ ଅଭିଯୋଗ ଆଣିଥାଏ । ନିର୍ବାଚନ ହାରିବା ଭୟ ଯୋଗୁଁ ଏହି ପ୍ରକାର ଭାବେ ବିଜେପି ଅଭ୍ୟାସଗତ ଅଭିଯୋଗ କରିଆସିଛି । ଏହା ନୂଆ ଘଟଣା ନୁହେଁ ବଂର ବିଜେପିର ଏହା ଚିରାଚରିତ ପ୍ରଥା ବୋଲି ପାଲଟା ଅଭିଯୋଗ ବାଢିଛନ୍ତି ବିଜେଡ଼ି ମୁଖପାତ୍ର ଶ୍ରୀମୟୀ ମିଶ୍ର ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *