ପିପିଲି ଉପନିର୍ବାଚନ, ରୁଦ୍ର ମହାରଥୀ ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର : ରାଜ୍ୟରେ ଖାଲି ପଡ଼ିଥିବା ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇସାରିଛି । ଆସନ୍ତା ଏପ୍ରିଲ ୧୭ ତାରିଖରେ ଏହି ଆସନରେ ଭୋଟଗ୍ରହଣ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଶାସକ ଦଳ ବିଜେଡି ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ ଆଜି ଦଳୀୟ ପ୍ରାର୍ଥୀ ଘୋଷଣା କରିଛି । ପିପିଲି ଦଳୀୟ କାର୍ଯ୍ୟାଳୟ ଠାରେ ଯୁବ ଛାତ୍ରଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ରୁଦ୍ରଙ୍କୁ ଟିକଟ୍ ମିଳି ସାରିବା ପରେ କ’ଣ କହିଛନ୍ତି ପିପିଲି ଉପନିର୍ବାଚନ ଦାୟିତ୍ୱରେ ଥିବା ମନ୍ତ୍ରୀ ଓ ବିଧାୟକ ଶୁଣନ୍ତୁ ।

ଗତକାଲି ବିଜେପି ପ୍ରଥମେ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ଚର୍ଚ୍ଚା ମୁତାବକ ଆଶ୍ରିତ ପଟ୍ଟନାୟକଙ୍କୁ ଦଳ ଟିକେଟ ଦେଇଛି । ଇତିମଧ୍ୟରେ ଆଜି ସେ ପୁରୀ ଏଡିଏମ୍‌ଙ୍କ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ ଦଳର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏ ଭିତରେ ଆଶ୍ରିତଙ୍କ ଭଳି ଜଣେ ଯୁବ ଚେହେରାଙ୍କୁ ଦେଖି ବିଜେଡି ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀଙ୍କ ବଦଳରେ ପୁଅଙ୍କୁ ଭରସିଥିବା ଚର୍ଚ୍ଚା ହେଉଛି । ମା’ ପୁଅଙ୍କ ଲବି ମଧ୍ୟରେ ବାଜି ମାରିନେଇଛନ୍ତି ପୁଅ ରୁଦ୍ର । ଅନ୍ୟତମ ଦାବିଦାର ଥିବା ସନ୍ଧ୍ୟାବତୀ ପ୍ରଧାନଙ୍କୁ ନିରାଶ ହେବାକୁ ପଡ଼ିଛି ।

ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ୩୦ ମାର୍ଚ୍ଚ । ସେହିଭଳି ମାର୍ଚ୍ଚ ୩୧ ତାରିଖରେ ସବୁ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ ହେବାକୁ ଥିବାବେଳେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଏପ୍ରିଲ ୩ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ୧୭ ଏପ୍ରିଲରେ ଭୋଟଗ୍ରହଣ ପରେ ମେ’ ୨ ତାରିଖରେ ଗଣତି ପ୍ରକ୍ରିୟା ହେବା ସାଙ୍ଗକୁ ଫଳାଫଳ ପ୍ରକାଶ ପାଇବ । ୪ ମେ’ ସୁଦ୍ଧା ସମସ୍ତ ନିର୍ବାଚନୀ କାର୍ଯ୍ୟ ସାରିବାକୁ କମିଶନଙ୍କ ନିର୍ଦ୍ଦେଶ ରହିଛି । ପ୍ରଭାବ

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *